ତୁଳସୀକ୍ଷେତ୍ର ପଣ୍ଡିତ ସଭାର ତାଳମଞ୍ଜି ରୋପଣ



କେନ୍ଦ୍ରାପଡ଼ା,୯ା୯: ଦେ’ପୁରର ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଆଞ୍ଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୂଲ୍ୟରେ ଦେ’ପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ଦୀର୍ଘ ୨ କିଲୋମିଟର ଲମ୍ବମାନ ମାର୍ଗର ଉଭୟ ପାଶ୍ୱର୍ରେ ନାନା ବୃକ୍ଷ ତଥା ତାଳମଞ୍ଜି ରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାରଙ୍ଗ ମଠାଧୀଶ ମହନ୍ତ ନରହରି ମହାରାଜ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ଓ ସହ ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅଶ୍ୱତ୍ଥ, ବଟ, କଦମ୍ବ ଓ ନଡିଆ ପ୍ରଭୃତି ଚାରା ସହ ତିନିଶହରୁ ଅଧିକ ତାଳମଞ୍ଜି ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭ୍ୟ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ ଅବଧୂତ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଆଞ୍ଚଳିକ ପରିବେଶ ସଚେତନ ପରିଷଦର ଅଧ୍ୟକ୍ଷ ଡଃ ଉପେନ୍ଦ୍ରନାଥ ପ୍ରଧାନ, ସଭ୍ୟ ଧନେଶ୍ୱର ତ୍ରିପାଠ, ହୃଷୀକେଶ ନାୟକ, ଧନେଶ୍ୱର ମହାରଣା, ନୀହାର ରଞ୍ଜନ ପତି, ରାମଚନ୍ଦ୍ର ରାଉତ, କମଳେଶ ପତି, ମକର ନାୟକ, ପ୍ରଫୁଲ୍ଲ କୁମାର ପତି, ପ୍ରେମାନନ୍ଦ ପ୍ରଧାନ, ମଦନ ମୋହନ ନାୟକ, ବଳରାମ ପତି, ବାବୁ ରାଉତ, ରଞ୍ଜନ କୁମାର ପତି, ବବୁଲ ପତି, ପାଣୁ ପତି ପ୍ରମୁଖ ତାଳମଞ୍ଜି ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଉତ୍ସାହ ପ୍ରଦାନ ପୂର୍ବକ ସାମ୍ବାଦିକ ଜଗଦୀଶ ପତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading