ଚୋରା ମଦ ଧରିବାକୁ ଯାଇ ଅବକାରୀ ବିଭାଗ ହଟହଟା , ଗାଡି ଅଟକ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ତଳପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରାମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଅବକାରୀ ଟିମ୍ ଚଢାଉ କରି ଧମକ ଚମକ ଦେବା ସହିତ ଆସବାବପତ୍ର ଭଙ୍ଗା ରୁଜା କରିବାରୁ ଲୋକେ ଉତ୍ୟକ୍ତହୋଇ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ପହଁଚି ବୁଝାସୁଝା କରିବାରୁ ସେମାନେ ମୁକୁଳିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

https://youtu.be/iyj8csgaBC0

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ତଳପଡା ଗାଁରେ ଚୋରାମଦ କରବାର ହେଉଥିବା ନେଇ ଅବକାରୀ ଥାନାରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏନେଇ ଅବକାରୀ ଟିମ ଗୁରୁବାର ମଦଖୋଜିବା ବାହାନାରେ ତଳପଡା ଗ୍ରାମର ଅମୁଲ୍ୟ ଦାସ ଘରକୁ ଯାଇଥିଲେ । ସେମାନେ ମୁହଂରେ ମୁଖାପିନ୍ଧି ଅମୁଲ୍ୟଙ୍କ ଘରେ ପ୍ରବେଶ କରି ଧମକ ଚମକ ଦେବା ସହ ତାଙ୍କ ଆସବା ପତ୍ର ଭଙ୍ଗା ରୁଜା କରିଥିଲେ । ହେଲେ କୌଣସି ଅବକାରୀ ସାମଗ୍ରୀ ପାଇନଥିଲେ ।ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇ ଉଗ୍ରରୂପ ଧାରଣ କରିଥିଲା। ଲୋକ ହୋହାଲ୍ଲାକରି ଅବକାରୀ ଗାଡ଼ିକୁ ଅଟକ ରଖିଥିଲେ। ଖବରପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ଅବକାରୀ କର୍ମଚାରୀ ମୁକୁଳିଥିଲେ।


Discover more from

Subscribe now to keep reading and get access to the full archive.

Continue reading