କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିକଟରେ ପୁରାତନ ଛାତ୍ରଙ୍କ ଦାବି



କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲାର ସର୍ବପୁରାତନ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେମାନେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି। ପିଲାମାନଙ୍କ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବାରୁ ପିଜି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ପ୍ରଦାନରେ ତ୍ରୁଟି ଦେଖା ଦେଇଛି। ଏଥି ସହିତ ମହାବିଦ୍ୟାଳୟକୁ ସୁପରିଚାଳନା କରିବା ପାଇଁ ଥିବା ପରିଚାଳନା ପରିଷଦ ସେମାନଙ୍କ ଦାୟିତ୍ୱ ସଠିକ ନିର୍ବାହ କରିପାରୁନାହାଁନ୍ତି। ତେଣୁ ସେହି ପରିଚାଳନା ପରିଷଦକୁ ତୁରନ୍ତ ଭଙ୍ଗ କରାଯିବା ପାଇଁ ଦାବି ହୋଇଛି। ଏହାବ୍ୟତୀତ ଏହି ମହାବିଦ୍ୟାଳୟରେ ଥିବା ବିବାଦୀୟ ଅଧ୍ୟାପକମାନଙ୍କୁ ତୁରନ୍ତ ଏଠାରୁ ବଦଳି କରାଯିବା ସହ ଏହି କଲେଜରୁ ବଦଳି ହୋଇ ଯାଇଥିବା ପଦାର୍ଥ ବିଜ୍ଞାନ ବିଭାଗର ବରିଷ୍ଠ ରିଡରଙ୍କୁ ଏଠାରେ ପୁନଃ ଅବସ୍ଥାପିତ କରାଯିବା ପାଇଁ ପୁରାତନ ଛାତ୍ର ଶରତ ସିଂ, ପ୍ରତାପ ମହାନ୍ତି, ବିଶ୍ୱଜିତ ଦାସ, ସ୍ୱାଧୀନ ନାୟକ, ଅଫସର ଅଲ୍ଲୀ ବକ୍ସ, ଇଶ୍ୱର କୁମାର ଦାସ, ଭାଗୀରଥୀ ଜେନା, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ନିରଞ୍ଜନ ପରିଡ଼ା ପ୍ରମୁଖ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading