ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା



ପଟ୍ଟାମୁଣ୍ଡାଇତା ୧୫/୯-ରାଜ୍ୟ ସରକାରଙ୍କ ବହୁ ଚର୍ଚିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସୁଭଦ୍ରା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲଗି ସାରା ରାଜ୍ୟରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି କ୍ରମରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ପୋଖରୀଆପଡା ହରପାର୍ବତୀ ମନ୍ଦିର ଠାରୁ ସୁଭଦ୍ରା ଯୋଜନା ବ୍ୟାନର ଓ ପ୍ଲାକାର୍ଡ ଧରି ଶହ ଶହ ମହିଳା ଏକ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ବ୍ଲକକୁ ଯାଇଥିଲେ । ସେଠାରେ ବିଡ଼ିଓ ଶୁଭ୍ରାଂଶୁ ସାହୁ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଏହାପରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ବିଡ଼ିଓ ସାହୁ, ସିଡ଼ିପିଓ ଲଷ୍ମୀମଣି ସିଂ, ଗ୍ରାମାଂଚଳ ଆଇଆଇସି ପଦ୍ମାଳୟା ପ୍ରଧାନ, ବ୍ଲକ ମିଶନ ଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ବ୍ଲକ ଜୀବିକା ମିଶନ ସଂଯୋଜିକା ସସ୍ମିତା ରାଉତ, ବନଜାନନ୍ଦିନୀ ମିଶ୍ର, ସୁଶ୍ରୀ ଭୂୟାଁ ଓ ସୁମିତ୍ରା ବିଶ୍ୱାଳ ଯୋଗ ଦେଇ ସୁଭଦ୍ରା ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନେ ୫ ବର୍ଷରେ ୫୦ ହଜାର ଟଙ୍କା ଓ ବର୍ଷକୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯିବାର ବ୍ୟାବସ୍ଥା ହୋଇଛି । ଏହି ଅର୍ଥରେ ମହିଳାମାନେ ନିଜକୁ ଆର୍ôଥକ ସ୍ୱାବଲମ୍ବୀ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶୋଭାଯାତ୍ରାକୁ ମହିଳା ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ, ସମ୍ପାଦିକା ନିର୍ମଳା ନନ୍ଦ, ପ୍ରମିଳା ଜେନା ପରିଚାଳନା କରିଥିଲେ ।

ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଶହ ଶହ ମହିଳା ସୁଭଦ୍ରା ବ୍ୟାନର ଓ ପ୍ଲାକାର୍ଡ ଧରି ଜନସଚେତନତା ସୃଷ୍ଟି କରିଥିଲେ ।ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ ସାହୁ, ପୌର ନିର୍ବାହୀ ଅଧିକାରୀ ଅଜିତନାରାୟଣ ଗିରି, ଆଇଆଇସି ସୁଶାନ୍ତ ସାହୁ, ସିଏମଏମ ମାମିନି ପଣ୍ଡା, ସରୋଜ ପଣ୍ଡା, ହୃଷିକେଶ ନାଥ, ପ୍ରଫୁଲ୍ଲ ଦାଶ ପ୍ରମୁଖ ପୌରକର୍ମଚାରୀ, କାଉନସିଲର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading