ଚିତ୍ରକାର ପ୍ରଭୁଶ୍ରୀ ଓ ପ୍ରୀତିଶ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପତ୍ର



କେନ୍ଦ୍ରାପଡ଼ା,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ଭାଇ ଓ ଭଉଣୀ । ଅଙ୍କନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦର ଚିତ୍ର ପ୍ରଧାନମନ୍ତ୍ରୀଙ୍କ ମନକୁ ସୁନ୍ଦର ଲାଗିଛି । ଏଥିପାଇଁ ଭାଇଭଉଣୀଙ୍କୁ ମିଳିଛି ପ୍ରଶଂସା ପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ବ୍ଲକ ଅଧିନ ବାରୁଅ ଗ୍ରାମ ପଡିଆକୁ ଭୋଟ ପ୍ରଚାରରେ ଆସିଥିବା ବେଳେ ଗୋପସ୍ଥିତ ସେଣ୍ଟ ଜାଭିୟର ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ର ପ୍ରଭୁଶ୍ରୀ ମିଶ୍ର ଓ ଛାତ୍ରୀ ପ୍ରୀତିଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅବିକଳ ୨ଗୋଟି ଫଟୋଚିତ୍ର (ଆକ୍ରାଲିକ କଲର) ଆଙ୍କି ପ୍ରଦାନ କରିଥିଲେ । ଦୀର୍ଘଦିନ ପରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପି.ଏମ.ଓ)ରୁ ୨ଗୋଟି ପ୍ରଶଂସା ପତ୍ର ତାଙ୍କ ସ୍ୱାକ୍ଷର ଥାଇ ବାସଭବନରେ ପହଁଚିଛି । ଏହି ପ୍ରଶଂସା ପତ୍ର ପାଇ ପରିବାର ଓ ପିଲା ଦୁଇଟି ଖୁବ୍ ଆନନ୍ଦିତ ହୋଇଛନ୍ତି । ଏହି ଦୁଇଜଣ ଗୋପ ଗ୍ରାମର ସନ୍ତୋଷ ମିଶ୍ର ଓ ପ୍ରିୟମ୍ବଦା ମିଶ୍ରଙ୍କ ସୁପୁତ୍ର ଓ କନ୍ୟା ଅଟନ୍ତି । ପିଲାଟି ଦିନୁ ପ୍ରତିଭାବାନ ଭାଇ, ଭାଉଣୀ ଦୁଇଜଣ ଅନେକ ସାମଗ୍ରୀ ବ୍ୟବହାର କରି ବହୁ ଚିତ୍ର ମୂର୍ତ୍ତୀ ଇତ୍ୟାଦି ନିର୍ମାଣ କରିବାରେ ସିଦ୍ଧହସ୍ତ ଅଟନ୍ତି । ବୋଇତ ବନ୍ଦାଣ, ରଥଯାତ୍ରା, ସ୍ୱଚ୍ଛଭାରତ ଓ ସମ୍ବାଦପତ୍ରର ଚିତ୍ରକଳା ପ୍ରତିଯୋଗିତାରେ ଭାଗନେଇ ଅନେକଥର ପୁରଷ୍କୃତ ହୋଇଛନ୍ତି । ଭାଇ, ଭାଉଣୀ ଉଚ୍ଚକୋଟୀର ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି । ନୃତ୍ୟକଳାର ପାରଦର୍ଶିତା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । କେନ୍ଦ୍ରାପଡାର ବରିଷ୍ଠ ଚିତ୍ରଗୁରୁ ଅଜୟ ପଣ୍ଡାଙ୍କଠାରୁ ସେମାନେ ଚିତ୍ରଶିକ୍ଷା କରୁଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ, ସାଙ୍ଗସାଥି ତଥା ବନ୍ଧୁବାନ୍ଧବ ଖୁସିରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Next Post

ମହାନ ଆଧ୍ୟାତ୍ମିକ ସାଧକ ବାବା ଗଣ୍ଡାଧର ଦାସଙ୍କୁ “ଆଧ୍ୟାମିôକ ଗୁରୁ” ସମ୍ମାନ

Wed Sep 18 , 2024
କେନ୍ଦ୍ରାପଡ଼ା,୧୮ା୯: ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ କଳ୍ପତରୁ ଆଶ୍ରମର କିମ୍ବଦନ୍ତୀ ମହାପୁରୁଷ ଅନନ୍ତ ଦାସଙ୍କ ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟର ସହସ୍ରାଧିକ ସାଧୁସନ୍ଥମାନଙ୍କ ଗହଣରେ ମନ୍ଦିରରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସାରାବିଶ୍ୱର ପାଳନ କର୍ତ୍ତା ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ସହିତ ମହାପୁରୁଷ ଅନନ୍ତ ଦାସଙ୍କୁ ଜଳାଭିଷେକ ଓ ହୋମ କାର୍ଯ୍ୟ ସମାପନ କରାଯାଇଛି । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗ୍‌ଦେବୀ କଳାମନ୍ଦିର ଆନୁକୂଲ୍ୟରେ […]

KANIKA