ଓଡ଼ିଶାରେ ନୂଆ ସରକାର ଭାଜପାକୁ ଗୁରୁବାର ୧୦୦ ଦିନ ପୂରିଛି। ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ଦଳ ଲୋକଙ୍କ ଭରସା ଜିତିବା ସହ ୨୪ ବର୍ଷର ବିଜେଡି ଗଡ଼କୁ ଭେଦିବାରେ ସଫଳ ହୋଇ ରାଜ୍ୟରେ କ୍ଷମତାକୁ ଆସିଥିଲା । ଭାଜପା ଦଳ ଏକକ ରୂପେ ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିଛି । ଏହି ୧୦୦ ଦିନର ଶାସନ ଭିତରେ ସରକାର ନିଜର କେତେ କଥା ରଖିଛନ୍ତି ତଥା ଲୋକେ ଏସବୁକୁ କେତେ ଗ୍ରହଣ କରିଛନ୍ତି ତାକୁ ନେଇ ରାଜନେତା, ବୁଦ୍ଧିଜିବୀ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ।
ଅସ୍ମିତା ଜାଲରେ ଭାଜପା ସରକାର?ଯୁବନେତା ସତ୍ୟପ୍ରୀୟ ସାମଲ
ଭାଜପା ସରକାରକୁ ୧୦୦ ଦିନପୁରିଲା ସେଥିନେଇ ୧୯ ରୁ ୨୨ ପର୍ଯ୍ୟନ୍ତ ପୁରୀ ଶରଧାବାଲିରେ ପୂର୍ତୀ ଉତ୍ସବ ପାଳନ କରାଯାଉଛି । ମାତ୍ର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁୃତି ପାଣିରଗାର ସଦୃଶ । ସବୁଠାରୁ ବଡ଼ ନାରା ହେଉଛି ଓଡ଼ିଆ ଅସ୍ମିତା। ଏବେ ଏହି ଅସ୍ମିତା ଜାଲରେ ନିଜେ ଛନ୍ଦି ହୋଇ ଯାଇଛି ଭାଜପା ସରକାର। ଯଦିଓ ସରକାରୀ କାଗଜପତ୍ରରେ ଓଡ଼ିଆ ଭାଷା ବ୍ୟବହାରକୁ ପ୍ରାଥମିକତା ଦେଇଛନ୍ତି । ତେବେ ଏହା କେତେଦୂର ସଫଳ ହେବ ତାହା ଜଣାନାହିଁ। ତେଣୁ ଆଗକୁ ଭାଜପା ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସଫଳ ହେବ ନା ଏହି ଅସ୍ମିତା ଜାଲରେ ଫସିଯିବେ ତାହା ସମୟ କହିବ। ବାର୍ଦ୍ଧକ୍ୟ ଭତା ବଢ଼ାଇବା ଇସ୍ତାହରରେ ଅନ୍ତରପାନ୍ତର କରିବା, ମଦ ବିକ୍ରିକୁ ବନ୍ଦ କରିବେ ବୋଲି କହିଥିଲେ ମାତ୍ର ଏବେ ନୂଆ ଅବକାରୀ ନୀତିକୁ ନେଇ ଫସିଛନ୍ତି। ୩ଶହ ୟୁନିଟ ବିଜୁଳି ଛାଡ କହି ପ୍ରତିଶୃତିରେ ପରିବର୍ତନ କଲେ । ସରକାର ଗଠନ ୭ ଦିନରେ ଚିଟଫଣ୍ଡ ଟଙ୍କା ମିଳିବ ବୋଲି କହି ନଜର ଆନ୍ଦାଜ କରିବା । ସବୁଠାରୁ ବଡ କଥା ଭଜପା ସରକାରରଥିଲା ଯେ ଖାଦ୍ୟ ସାମଗ୍ରୀ ଦରଦାମ ନିୟନ୍ତ୍ରଣ କରିବା । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଖାଦ୍ୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ । ଫଳରେ ସାଧାରଣ ଲୋକଟି ଚଳିବା କାଠିକର ପାଠ ହୋଇଯାଉଛି । ଦାଦନମୁକ୍ତରାଜ୍ୟ ଭଳି ପ୍ରତିଶୃତି ପ୍ରତ୍ୟାହାର କରିଛନ୍ତି ବୋଲି ସେ କହିଥିଲେ ।
ପରିବର୍ତ୍ତନ ହୋଇଛି ଅନେକ ଯୋଜନାର ନାଁ ବୁଦ୍ଧିଜିବୀ ନେରେଶ ଜେନା
ସରକାର ଅନେକ ନିଷ୍ପତି ଗ୍ରହଣ କରି ପୁଣି ଏହାକୁ ପ୍ରତ୍ୟାହାର ବି କରିଛନ୍ତି। ଭାଜପା ସରକାର ରାଜ୍ୟରେ ପୂର୍ବରୁ ଚାଲୁଥିବା ବିଭିନ୍ନ ଯୋଜନାର ନାଁ ପରିବର୍ତନ କରିଛନ୍ତି। ପୂର୍ବ ସରକାର ଆଣିଥିବା ଯୋଜନାର ନାଁ ଆଉ ରଙ୍ଗ ବଦଳିଛି। ଲକ୍ଷ୍ମୀ ବସ, ଓମଫେଡ କ୍ଷୀର ପ୍ୟାକେଟର ରଙ୍ଗ ବଦଳାଇଛନ୍ତି। କାଳିଆ ଯୋଜନା, ବିଏସକେୱାଇ ଯୋଜନା, ଆଦର୍ଶ ବିଦ୍ୟାଳୟ ଯୋଜନା, ମୋ ସ୍କୁଲ ଅଭିଯାନ ପରି ଅନେକ ଯୋଜନାର ନାଁ ବଦଳାଇଛନ୍ତି। ଏଥିପାଇଁ ଭାଜପା ସରକାରଙ୍କୁ ‘ନେମ ଚେଞ୍ଜର ସରକାର’ ବୋଲି କହି ବିଜେଡି କଡ଼ା ସମାଲୋଚନା କରିଛି।
ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର ଶିକ୍ଷାବିତ ପ୍ରେମାନନ୍ଦ ପଣ୍ଡା
ଭାଜପା ସରକାର ସମୟରେ ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର । ସରକାର ଗଢ଼ିବା ପରେ ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ପ୍ରତିଶ୍ରୁତି ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ରତ୍ନଅଳଙ୍କାର ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।
ଏମଏସପି ନେଇ ଚାଷୀ ବେଶ ଉତ୍ସାହିତ ଶୁଶାନ୍ତ ସାମଲ
ନିର୍ବାଚନ ସମୟରେ ଭାଜପା ଧାନର ଏମଏସପି ବା ସର୍ବନିମ୍ନ ସହାୟତା ମୂଲ୍ୟ ୩୧୦୦ ଟଙ୍କାକୁ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ଚାଷୀ ବେଶ ଉତ୍ସାହିତ ହୋଇଛନ୍ତି। ଚଳିତ ବର୍ଷ ବର୍ଷା ବି ଭଲ ହୋଇଛି। ତେଣୁ ଧାନ ଭଲ ହେବ ଏବଂ ଭଲ ରୋଜଗାର ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।ମୁଖ୍ୟମନ୍ତ୍ରୀ ବୁଧବାର ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଚଳିତ ବର୍ଷ ଏକ କୋଟି ମେଟ୍ରିକ ଟନ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିସହିତ ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ନୂଆ ସରକାର ମଣ୍ଡି ବ୍ୟବସ୍ଥା କରି ନାହାଁନ୍ତି ଯୁବନେତା ସୁରୁପାନନ୍ଦ ସାମଲ
ଏମଏସପି ପ୍ରତିଶ୍ରୁତି ସରକାର କିପରି ପାଳନ କରିବେ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ। ନୂଆ ସରକାର ଏ ଯାଏଁ ମଣ୍ଡି ବ୍ୟବସ୍ଥା କରି ନାହାନ୍ତି କିମ୍ବା ମଣ୍ଡିକୁ ଆସିଥିବା ଚାଷୀ ଏବଂ ଧାନର ସୁରକ୍ଷା ପାଇଁ ବ୍ୟବସ୍ଥା କରି ନାହାନ୍ତି। ପୂର୍ବ ପରି ଧାନ ବିକିବାକୁ ଆସିଥିବା ଚାଷୀ ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ଅସନ୍ତୋଷ ପୁଣି ବଢ଼ିବାର ସମ୍ଭାବନା ରହିଛି।
ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା ଉପେନ୍ଦ୍ର ନାୟକ
ନିର୍ବାଚନ ବେଳେ ଭାଜପାର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଆସି ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ୧୨୫୦ କୋଟି ୫୫ ହଜାର ଟଙ୍କା ଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ।
୨ ବର୍ଷ ଜାଗାରେ ୫ ବର୍ଷରେ ମିଳିବ ୫୦ ହଜାର ସନ୍ତୋଷ ମଲ୍ଲିକ
ସୁଭଦ୍ରା ଯୋଜନା ପ୍ରତିଶ୍ରୁତି ପରିବର୍ତନ କରାଯାଇଛି । ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ଦେବେ ବୋଲି ଭାଜପା ନିର୍ବାଚନ ଇସ୍ତାହାର ଥିଲା । ୨ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ। ମାତ୍ର ଏଠି ପ୍ରତିଶ୍ରୁତି ପରିବର୍ତନ କରାଯାଇଛି । ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବା ପରିବର୍ତନ କରାଯାଇ ଅବଧି ୫ ବର୍ଷକୁ ବୃଦ୍ଧି ପାଇଛି। ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯିବା । ଏନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗାଁ ଗହଳିରେ ପାଖାପାଖି ୧୫ ପ୍ରତିଶତ ମହିଳା ଲାଭ ପାଇଥିବା ବେଳେ ଯୋଜନାରୁ ବଂଚିତ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେଥିପାଇଁ ସରକାର ମହିଳାମାନଙ୍କ ପାଇଁ ଧ୍ୟାନ ଦେବା ଆବଶ୍ୟକ ରହିଛି।