ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ



ପଟ୍ଟାମୁଣ୍ଡାଇ ୨୧/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକଙ୍କୁ ଅଭିଭାବକ ଓ ଗ୍ରାମବାସୀ ଅଟକ ରଖି ମାଡମାରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣା ସ୍ଥଳରେ ପହଁଚି ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନା ଆଣି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏବାବଦରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ସୂଚନା ଦେଇଛନ୍ତି।


Next Post

ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବୈଠକ

Sun Sep 22 , 2024
ପଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରଫେସର ଅନିରୁଦ୍ଧ ରାଉଳ, ଉପସଭାପତି ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ଉପସଭାପତି ରାଜେନ୍ଦ୍ର କୁମାର ଦାଶ, ସଞ୍ଜୟ କୁମାର ବର୍ମା, ସାଙ୍ଗଠନିକ ସମ୍ପାଦକ […]

KANIKA