ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳିତ



କେନ୍ଦ୍ରାପଡ଼ା, ୨୩ା୯: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର କଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରମିକ ସଂଗଠନର ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ୨୦୧୯ ଶ୍ରମ ଆଇନ, ୨୦୨୦ ଶିଳ୍ପ ଆଇନ ଓ ୨୦୨୦ ସାମାଜିକ ସୁରକ୍ଷା ଆଇନ ଶ୍ରମିକମାନଙ୍କ ବିରୋଧରେ ପାରିତ ହୋଇଥିଲା। କର୍ପୋରେଟ ହାଉସକୁ ସୁହାଇଲା ଭଳି ଏହି ତିନୋଟି ଆଇନ କେନ୍ଦ୍ର ସରକାର ଆଣିଥିଲେ। ଏଗୁଡିକ ଶ୍ରମିକମାରଣ ଆଇନ ଥିଲା।ସେହିଭଳି ୨୦୨୪ରେ ସରକାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ ଆଣିଥିଲେ ଯାହା ଶ୍ରମିକ ବିରୋଧୀ। ଗଣତନ୍ତ୍ରରେ ଏହି ଆଇନ ଗ୍ରହଣ ଯୋଗ୍ୟ ନୁହେଁ। ଏହା ଗଣତନ୍ତ୍ର ବିରୋଧୀ। ଏହି ଆଇନ ଗୁଡିକ ଏକ ପୋଲିସ ରାଷ୍ଟ୍ର ସୃଷ୍ଟି କରିବ। ଯାହା ଫଳରେ ବ୍ୟକ୍ତିଗତ ସ୍ୱାଧୀନତା ରହିବ ନାହିଁ। ତେଣୁ ଏହି ଜଙ୍ଗଲୀ ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ଶ୍ରମିକ ନେତାମାନେ ଦାବି କରିଛନ୍ତି। ଏହି ଅବସରରେ ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ,ଏଆଇଟିୟୁସି ସଭାପତି ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସି.ର ଫକୀର ଚରଣ ଖଟୁଆ, ସିଟୁର ଜଗତଜୀବନ ଦାଶ, ଓସିଡବ୍ଲୁୟୁର ମାଧବ ଦାସ, ଏଆଇଟିୟୁସିର ରମଣୀରଞ୍ଜନ ରାଉତରାୟ, ଏଆଇୟୁଟିୟୁସିର ଏଲିନା ସାମନ୍ତରାୟ, ପ୍ରକାଶ କୁମାର ମଲିକ ଓ ବସନ୍ତ କୁମାର ସେଠୀ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।


Next Post

ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Tue Sep 24 , 2024
କେନ୍ଦ୍ରାପଡ଼ା,୨୩ା୯: ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିିଣୀ ବୈଠକ ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବ୍ଲକ ଅଧିନ କୁତୁରଙ୍ଗ ପଞ୍ଚାୟତ ସିଦ୍ଧ ସେଢୁଆ ମହାପୁରୁଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରାକ୍ତନ ନେତୃତ୍ୱ ତୈଲୋକ ସ୍ୱାଇଁ, କାଳୀ ପ୍ରସାଦ ନାୟକ, […]

KANIKA