ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ ତା ୨୯/୯-ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋ ଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ମୁଖ୍ୟ ଡ଼ ଗିରିଜା ପ୍ରସାଦ ମହାପାତ୍ର ଯୋଗ ଦେଇ ରିଟ୍ରୋ ସିନେସିସ ଓ ବିଭିନ୍ନ ଅରଗାନିକ ମଲିକୁଲାର ଉପରେ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡା ସ୍ୱାଗତଭାଷଣ ଓ ଡ଼ ଫକୀର ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଆଲୋଚନାଚକ୍ରର ଶୀର୍ଷକ ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇ ଥିଲେ । ଏହି ଆଲୋଚନାଚକ୍ରରେ କ୍ୟାପଟେନ ମନୋଜ ପରିଡା ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ଅଧ୍ୟାପକ ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ, ଅମିତ ସାହୁ, ସରୋଜ ନାୟକ ଓ ଆଲୋକ ସାହୁ ପ୍ରମୁଖ ବହୁ ଅଧ୍ୟାପିକା/ଅଧ୍ୟାପକ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ରଞ୍ଜନ ଗାହାଣ ଧନ୍ୟବାଦ ଦେଇଥିଲେ ।