ଅଗଷ୍ଟ ୯ରେ ୪୮୮ ସଂଘର କ୍ରାନ୍ତି ସମାବେଶ ଡାକରା


କେନ୍ଦ୍ରାପଡା ଜିଲ୍ଲା ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ କର୍ମଚାରୀଙ୍କର ଏକ ଜରୁରୀ ପ୍ରସ୍ତୁତି ବୈଠକ ସଂଘର ସଭାପତି ରବି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ମହାସମାବେଶ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ସମାବେଶରେ ୫ ଦଫା ଦାବୀ ଯଥା ଚାକିରୀ ସର୍ତ୍ତାବଳୀ, ପେନସନ୍ ପଦୋନ୍ନତି, ୨୦୧୮ରୁ ପିଛିଲା ଭାଗରେ ସପ୍ତମ ବେତନ ଅବସର ବୟସ ୬୦ ରୁ ୬୨ ଓ ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ଆଦି ଦାବୀରେ ୪୮୮ ବର୍ଗର କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବେ ବୋଲି ମତାମତ ପ୍ରକାଶ କରିଛନ୍ତି । ଏହି ବୈଠକରେ କେନ୍ଦ୍ରାପଡା କଲେଜର ମାନସ ମଞ୍ଜରୀ ଜେନା, କାନନ ବିହାରୀ ସାହୁ, ଜାହିଦ୍ ଖାନ୍‌, ସାନ୍ଧ୍ୟ ମହାବିଦ୍ୟାଳୟର ପ୍ରକାଶ ଦାସ, ଚାନ୍ଦୋଳ କଲେଜର ଶ୍ରୀମତୀ ଦାସ, ସୁକନ୍ୟା ମହାନ୍ତି, ପଟ୍ଟାମୁଣ୍ଡାଇ କଲେଜର ଅରବିନ୍ଦ ପାଣ୍ଡବ, ଆଳି କଲେଜର ଆଦିକନ୍ଦ ପଣ୍ଡା, କ୍ଷୀରୋଦ ପତ୍ରୀ, ରବୀନ୍ଦ୍ର କୁଣ୍ଡ, ଦାଣ୍ଡିସାହି କଲେଜର ବିଭୂ ରାଏ, ଉଷାଦେବୀ ମହିଳା କଲେଜର କବିତା ରାଉତ ଓ କବିତା ପାତ୍ର, ଲକ୍ଷ୍ମୀବରାହ କଲେଜର ପ୍ରସନ୍ନ ଦାସ, ପ୍ରଶାନ୍ତ ଦାସ, ଅମର ସାହୁ, ରାଜକନିକା କଲେଜର ରତ୍ନାକର ସାହୁ, ମିର୍ଜା ବେଗ୍‌, ମଦନପୁର କଲେଜର ଗୌରାଙ୍ଗ ପଣ୍ଡା, ତୁଳସୀ କଲେଜର ମମତା ସାହୁ, ସୁଜାତା ମହାନ୍ତି, ପ୍ରଜ୍ଞା ମହାନ୍ତି, ବାଗ୍ମୀ ସାମଲ, ଆଖୁଆ କଲେଜର ରତ୍ନାକର ପାତ୍ର, ମନୋଜ ପଟ୍ଟନାୟକ, କୋରୁଆ କଲେଜର ରମେଶ ମହାନ୍ତି, ଦିଲ୍ଲୀପ ସାହୁ, ବିରୂପା କଲେଜର ଭବାନୀ ପଣ୍ଡା ଓ ଜ୍ୟୋତିର୍ମୟ ଦାସ ଏବଂ ମାର୍ଶାଘାଇ କଲେଜର ବସନ୍ତ ମିଶ୍ର, ଦୀପକ ମହାନ୍ତି, ମହାକାଳପଡା କଲେଜର ନିରଞ୍ଜନ ନାୟକ, ଅଜୟ ସାମଲ, ଅମୀୟ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ଅଗଷ୍ଟ ୯ ସମାବେଶକୁ ସଫଳ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ ।


Next Post

ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩

Sun Aug 6 , 2023
କେନ୍ଦ୍ରାପଡ଼ା,୬ା୮ : କେନ୍ଦ୍ରାପଡା ଜିଲ୍ଲା ଚିତ୍ରଶିଳ୍ପୀ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଙ୍ଗୁଳି ଚରଣ ବେହେରାଙ୍କ ପୈାରହିତ୍ୟରେ ଓ ବରିଷ୍ଠ ଚିତ୍ରଶିଳ୍ପୀ ଅଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର […]

KANIKA