ଶିଶୁ ପ୍ରତିଭା ବିକାଶ ହେଲେ ଦେଶ ସଶକ୍ତ ହେବ . କଖାରୁଣୀରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪



ପଟ୍ଟାମୁଣ୍ଡାଇ ୬/୧୦-ଦେଶର ଆଗାମୀ ଭବିଷ୍ୟତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ହେଲେ ଦେଶ ସଶକ୍ତ ହେବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ କଖାରୁଣୀ ଠାରେ କଖାରୁଣୀ ଉନ୍ନୀତ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ସିଆରସିସି ଅରବିନ୍ଦ ବଳଙ୍କ ପୌରହିତ୍ୟ ଓ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବି,ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା, ଏବିଇଓ ପ୍ରେମବାଳା ମହାପାତ୍ର ଓ ସୁନୀତି ଦାଶ, ଶିକ୍ଷାବିତ ବନ ବିହାରୀ ଦାସ, ଶିକ୍ଷକ ନେତା ମନୋଜ ମୁଦୁଲି,ସି ଆର ସି ସି ରଞ୍ଜନ ସାହୁ, ଖବରଦାତା ପ୍ରବୀର ନାୟକ, କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ଅରବିନ୍ଦ ବଳ ସ୍ୱାଗତଭାଷଣ, ଅଶୋକ ପରିଡା ଅତିଥିପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ମହାପାତ୍ର ଧନ୍ୟବାଦ ଦେଇଥିଲେ । ସିଆରସିସି ଅରବିନ୍ଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର, ଏବିଇଓ ସୁନୀତି ଦାଶ, ସରପଂଚ ରମେଶ ମଲ୍ଲିକ, ପ୍ରଧାନଶିକ୍ଷକ ଅଞ୍ଜନ ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ପରିଡା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ଅରବିନ୍ଦ ବଳ ସ୍ୱାଗତଭାଷଣ, ପ୍ରଧାନଶିକ୍ଷୟତ୍ରୀ ଗୀତାରାଣୀ ରାୟ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ନୃତ୍ୟ ସଂଗୀତ, ବକୃତା ଓ ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶୁକଦେବ ସେଠୀ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading