କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁର ଡାକବଙ୍ଗଳାଠାରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଗାମୀ ଦିନରେ ବେଦୁ ଭାଇଙ୍କର ଏକ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଏହି ସଭାରେ ଆଲୋଚନା କରାଯାଇଥିଲା । କେନ୍ଦ୍ରାପଡା ପ୍ରତି ତାଙ୍କର ଥିବା ଅବଦାନକୁ ମନେପକାଇ ଅନୁଷ୍ଠାନର ସଦସ୍ୟମାନେ ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସଭାପତି ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ସାଧାରଣ ସମ୍ପାଦକ ତଥା କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୂର୍ବତନ କାଉନ୍ସିଲର ପ୍ରଶାନ୍ତ କୁମାର ସିଂ, ବିଜେଡି ନଗର ସଭାପତି ଯଯାତିକେଶରୀ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ, ତ୍ରିଲୋଚନ ଦାସ, ଅନନ୍ତ ଚରଣ କର, ଅକ୍ଷୟ ମନ୍ତ୍ରୀ, ନିରଞ୍ଜନ କର, କମଳଲୋଚନ ଦାସ, ସେକ୍ ମେହେବୁବ୍, ହରିଲାଲ୍ ଅଗ୍ରୱାଲ, ଲୋହିତ ମହାନ୍ତି, ବହ୍ମାନନ୍ଦ ତ୍ରିପାଠୀ, ବିଜୟ ପତି, ସେକ୍ ଶାନ୍, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଗୁରୁପ୍ରସାଦ ଦାସ, ସୁଧୀର ସ୍ୱାଇଁ, ରବୀନ୍ଦ୍ରନାଥ ପଣ୍ଡା, ନାରାୟଣ ସ୍ୱାଇଁ ଏବଂ ମୋହନଚରଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।
kanikanews.in
Next Post
୧୧ଦଫା ଦାବି ନେଇ କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର
Tue Aug 8 , 2023
କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, କମ୍ପ୍ୟୁଟର ଉପରେ ଜ୍ଞାନଥିବା ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯିବା, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଜଣେ ଲେଖାଏଁ ବରିଷ୍ଠ ନାଗରିକ କଲାକାରମାନଙ୍କୁ ସରକାରୀ ସ୍ତରରେ ସମ୍ବର୍ଦ୍ଧନା ଦିଆଯିବା, କଳାକରମାନଙ୍କ ବକେୟା ସାତ/ଆଠ ମାସର ଭତ୍ତା ପ୍ରଦାନ କରିବା, ମୁଖ୍ୟମନ୍ତ୍ରୀ କଳାକାର […]

KANIKA
- 9 months ago
ଆକସ୍ମିକ ଅଗ୍ନିକାଣ୍ଡରେ ଘୁଆଳ ପୋଡି ୩ଟି ଗାଇ ଜୀବନ ଦଗ୍ଧ
- 9 months ago
ବାତ୍ୟା ଦାନା ଅଘଟଣ ଜଣେ ମୃତ
- 1 year ago
ବ୍ରାହ୍ମଣୀ ନଦୀରୁ ଯୁବକର ମୃତ ଦେହ ଉଦ୍ଧାର
- 2 years ago
ଅଣ୍ଢରା ଶ୍ରୀରାମ ମନ୍ଦିରରେ ଗୀତାଜ୍ଞାନ ଯଜ୍ଞ