ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ଆଲୋଚନା ଚକ୍ର

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ଆଲୋଚନା ଚକ୍ର


ପଟ୍ଟାମୁଣ୍ଡାଇ ୯.୧୦- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ସିଙ୍ଗୁଲାର ସଲୁସନ ଅଫ ଡିଫରେନସିଆଲ ଇକ୍ୟୁଏସନ ଆଣ୍ଡ ଇଟ୍ସ ଆପଲିକେସନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ମହାକାଳପଡ଼ାର ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଅରୁଣ କୁମାର ତ୍ରିପାଠୀ ଆଲୋଚକ ଭାବେ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଡ଼ ତ୍ରିପାଠୀ ସିଙ୍ଗୁଲାର ସଲୁସନର ମୂଳ ତତ୍ୱ ଓ ପ୍ରୟୋଗ ବିଷୟରେ ଆଲୋଚନା ପୂର୍ବକ ପିଲାମାନଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ କୁମାର ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟାପିକାଅଧ୍ୟାପକ ମାନେ ଅଂଶ ଗ୍ରହଣ କରିଥିଲେ ।