ଏ.ପି.ଜେ. ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ପାଳିତ



କେନ୍ଦ୍ରାପଡା,୧୫/୧୦: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଭାରତରତ୍ନ ଡ଼ଃ ଏ.ପି.ଜେ. ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ଭାରତରତ୍ନ ଡ଼ଃ ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଛି। ପ୍ରାରମ୍ଭରେ ମେଡିକାଲ ରୋଡ୍‌ସ୍ଥିତ କଲାମଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଲ୍ୟାର୍ପଣ କରିବା ପରେ ଅନ୍ୟମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରେପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆବାହକ ହେମନ୍ତ କୁମାର ଜେନା, ବ୍ରଜକିଶୋର ଜେନା, ଅକ୍ଷୟ କୁମାର ନାୟକ, ପ୍ରଭାକର ମହାନ୍ତି, ପୂର୍ବତନ କାଉନସିଲର ଗୋପୀନାଥ ବାରିକ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କଲାମଙ୍କ ଦେଶପ୍ରେମ, ତ୍ୟାଗପୁତା ଜୀବନ, ଦର୍ଶନ ଓ ଦେଶର ସୁରକ୍ଷାରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading