କେନ୍ଦ୍ରାପଡ଼ା,୧୫ା୧୦ : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁୁର ହୋଇଥିବା ଅନୁଦାନରେ “ତୁଳସୀ ଭବନ” ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ତାହାକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ପୈାରନିର୍ବାହୀ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା। ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଅବସରରେ ଦୈନିକ ସେଠାରେ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଆଲୋଚନା ଚକ୍ର ଓ ସଂକୀର୍ତ୍ତନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ଆବଶ୍ୟକ ପ୍ରସ୍ତୁତି କିଭଳି କରାଯିବ ଏବଂ ଯଥାଯଥ ଭାବେ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ କରାଯିବା ପାଇଁ ବିଧି ମୁତାବକ କାର୍ଯ୍ୟସୂଚୀ ପ୍ରସ୍ଥୁତ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ଦ୍ରୈାପଦୀ ରାଉତ, ରୀତାଞ୍ଜଳି ନାଥ,ମିନତୀ ମହାନ୍ତି, ସରଳା ମହାରଣା, ମନୋରଞ୍ଜନ ତ୍ରିପାଠୀ, ଅଭିମନ୍ୟୁ ଗୋଛାୟତ, ଦୀପକ କୁମାର ସାହୁ, ଗଗନବିହାରୀ ସିଂ, ଶ୍ରୀଧର କୁମାର ମହାନ୍ତି, ହରିଶ ମଲ୍ଲିକ, ସେକ ସମସେର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମଚାରୀ ନୃସିଂହ ନାଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
kanikanews.in
Next Post
ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ
Tue Oct 15 , 2024
କେନ୍ଦ୍ରାପଡା, ୧୫ା୧୦: ସୂଚନା ଅଧିକାର ଆଇନ୍ରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ତଥା ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ […]
KANIKA
- 2 years ago
କଳାକାରମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
- 11 months ago
ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ଦୂର୍ଘଟଣା ଘଟିବାର ଆଶଙ୍କା
- 2 years ago
ଲୁଚିଯିବାକୁ ବସିଲାଣି ଢିଙ୍କି
- 2 years ago
ଦାରିଦ୍ର୍ୟ କବଳରୁ ମୁକ୍ତ ହେଉଛି ଭାରତ
- 11 months ago
ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
- 7 months ago
ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା