ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀ ପୂଜା



କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀଙ୍କ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ କୈବର୍ତ୍ତ ସମାଜ ପକ୍ଷରୁ ନିର୍ମିତ ମହାଲକ୍ଷ୍ମୀଙ୍କ ମନ୍ଦିରରେ ମା’ଲକ୍ଷ୍ମୀଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜାରେ କୈବର୍ତ୍ତ ସମାଜ ପକ୍ଷରୁ ନୂଆ ଧାନରେ ପ୍ରସ୍ତୁତ ପାରମ୍ପରିକ ଚୁଡାଘଷା ଭୋଗ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରାଯିବା ସହ ସାମୁହିକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ପୂଜାକୁ କୈବର୍ତ୍ତ ସମାଜର ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ସମ୍ପାଦନ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ଥିବା ରୋହିଣୀ ମଣ୍ଡପରେ କୈବର୍ତ୍ତ ସମାଜର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଭିନ୍ନ ସାଂଗଠନିକ ଏବଂ ସାମାଜିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ କୈବର୍ତ୍ତ ସମାଜର ସଭ୍ୟ ବ୍ରହ୍ମାନନ୍ଦ ବେହେରା, କୁଳମଣୀ ବେହେରା, ଦିଲ୍ଲିପ ମହାପାତ୍ର, ବିଷ୍ଣୁ ଚରଣ ବେହେରା, ଫକିର ଚରଣ ବେହେରା, ବିଜୟ ବେହେରା, ଦିବାକର ବେହେରା, ନଗେନ୍ଦ୍ର ବେହେରା, ଭାରତୀ ବେହେରା, ସଞ୍ଜୟ ପାତ୍ର, ସଚ୍ଚିଦାନନ୍ଦ ବେହେରା, ଦିଲ୍ଲିପ ବେହେରା, ଅଜୟ ଚୈଧୁରୀ ପ୍ରମୁଖ କୈବର୍ତ୍ତ ସମାଜର ଦୁଇଶହରୁ ଅଧିକ ବରିଷ୍ଠ ସଭ୍ୟ/ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Next Post

ଓଡିଶା ବିକାଶର ସ୍ଥପତି ସାଜିଥିଲେ ନବୀନ , ନବୀନଙ୍କ ଜନ୍ମଦିନ ଅବସରରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର

Wed Oct 16 , 2024
ପଟ୍ଟାମୁଣ୍ଡାଇ ୧୬/୧୦ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜଡେି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ୭୯ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସେବାର ସଂକଳ୍ପ ଦିବସ ପାଳନ କରିବା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତ ଦାନ ଶିବର ସ୍ଥାନୀୟ ଡିଭାଇନ ପ୍ୟାଲେସ୍ ରେ ଅନୁଷ୍ଠିତ ହୋଇଛି […]

KANIKA