ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ



କେନ୍ଦ୍ରାପଡ଼ା,୧୬ା୧୦ : ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ସପ୍ତଦଶତମ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା । ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ଦିଅଁମାନଙ୍କୁ ଅନନ୍ତ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବାପାଇଁ ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାବେଶ ହୋଇଥିଲା। ପ୍ରତିବର୍ଷ ଭଳି ବାବା ବଳିଆ ବଳଦେବ ତତ୍ୱଉପରେ ପ୍ରବଚନ ପ୍ରଦାନ କରିଥିଲେ। ଏହି ପ୍ରବଚନ କାର୍ଯ୍ୟକ୍ରମରେ ଅରିଲୋ ଆଶ୍ରମର ଗୋପାଳ ଭାଇ, ସଞ୍ଜୟ ଭାଇ, କୁନୁ ଭାଇ ଓ ଚିଦାନନ୍ଦ ଭାଇଙ୍କ ସମେତ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ଗୋପ ରାମ ମନ୍ଦିରର ତତ୍ୱାବଧାରକ ବାବାଜୀ କମଳାକାନ୍ତ ଦାସ, ଗୁରୁ କୃଷ୍ଣ ବାବା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟାରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିôଲା । ଏହି ପ୍ରବଚନ କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।


Next Post

ନଦୀକୂଳରେ ବଳଦ ଖୋଜିବା ହେଲା କାଳ , ଝାମ୍ପିନେଲା ବଉଳା କୁମ୍ଭୀର

Thu Oct 17 , 2024
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍କ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ନଦୀ ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଜଣେ ଯୁବକଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି। ସୁଚନାନୁଯାଇ ଶଙ୍କରର ଏକ ବଳଦ ନାଳ ନିକଟରେ ଚରୁଥିଲା। ବଳଦ ଦେଖାନଦେବାରୁ ବୁଧବାର ଅପରାହ୍ନରେ ଶଙ୍କର ଖୋଜିବାକୁ ଯିବା ସମୟରେ କୁମ୍ଭୀର ଟାଣି ତାଙ୍କୁ ନେଇଥିଲା। ଶଙ୍କରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]

KANIKA