ଏମ ଏନ ହାଇସ୍କୁଲରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ ୧୮/୧୦-କେନ୍ଦ୍ରାପଡ଼ା ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି କବି ନିରୁପମା ଦାସ, ଗାନ୍ଧୀ ପ୍ରତିଷ୍ଠାନ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉତ ମୁଖ୍ୟବକ୍ତା ଓ ଉପସଭାପତି ରବୀନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅହିଂସା, ଶାନ୍ତି ପ୍ରତିଷ୍ଠା ଓ ଗାନ୍ଧୀବାଦ ଉପରେ ଆଲୋଚନା କରିଥିଲେ । ଏନସିସି ଶିକ୍ଷକ ସରୋଜ ସ୍ୱାଇଁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଦେବାଶିଷ ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ସମୀକ୍ଷା କର,୨ୟ ସ୍ଥାନ ଅଧିକାର କରିଥିବା ମୋନାଲିସା ଗେରୁ ଓ ୩ୟ ସ୍ଥାନ ଅଧିକାର କରିଥିବା ସାଇ ରୁପାନନ୍ଦଙ୍କୁ ପୁରସ୍କାର ବିତରଣ କରାଯାଇଥିବାବେଳେ ପାୟଲ ମିର୍ଜାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading