ପଟ୍ଟାମୁଣ୍ଡାଇ ୧୮/୧୦–ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଂଚଳର ବିଭିନ୍ନ ଜାଗାରେ ଗଜଲଷ୍ମୀ ପୂଜାର ଭିନ୍ନ ମାହୋଲ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ଯୋଗୁଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବ ମୁଖର ହୋଇପଡିଛି । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଲ ପାଗ ଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳବାସୀ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ‘ଙ୍କ ଆରାଧନାରେ ନିଜକୁ ସାମିଲ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ବଜାରରେ ୪ଟି ଗଜଲକ୍ଷ୍ମୀ ମୂର୍ତି ସ୍ଥାନ ପାଇଛିି । ବିଭିନ୍ନ ସାଜସଜ୍ଜା ସହିତ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ଗଜଲକ୍ଷ୍ମୀଙ୍କ ପୂଜାର୍ଚନା ସମାରୋହରେ ଚାଲିଛି ।ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଗଜଲକ୍ଷ୍ମୀ ମେଢ଼ ନିକଟରେ ଭଜନଜଣାଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଭଲ ପାଗ ଯୋଗୁଁ ଶ୍ରଦ୍ଧାଳୁମାନେ ମା ‘ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ବିଭିନ୍ନ ମେଢ଼ ବୁଲି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାଛଡା ପ୍ରକୃତିପଲ୍ଲୀ ଶ୍ରୀରାମପୁର ପାଳପାଟଣା ଠାରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ସମାରୋହରେ ଚାଲିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ସମେତ ପାଳପାଟଣାର ଗଜଲକ୍ଷ୍ମୀ ମେଢ଼ ପରିଦର୍ଶନ କରି ମା ‘ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଜନସାଧାରଣଙ୍କୁ ପୂଜା ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
kanikanews.in
Next Post
ସାମାନ୍ୟ ବର୍ଷାପବନରେ ୮ ଘଣ୍ଟା ବିଦ୍ୟୁତ୍ କାଟ : ବାତ୍ୟା ହେଲେ କେତେ ଦିନ ?
Sat Oct 19 , 2024
ପଟ୍ଟାମୁଣ୍ଡାଇ ୧୯/୧୦-ସାମାନ୍ୟ ବର୍ଷା ପବନ ଯୋଗୁ ପଟ୍ଟାମୁଣ୍ଡାଇ ସହରରେ ୬ରୁ ୮ ଘଣ୍ଟା ଧରି ଲାଇନ୍ ଚାଲିଯାଇଛି। ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର। ସାମାନ୍ୟ ବର୍ଷାରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ ନେଇ ପ୍ରଶ୍ନ ଉଠିଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାଓ୍ବାର ଭିତ୍ତିଭୂମି ପ୍ରସ୍ତୁତି ଓ ଗ୍ରାହକସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ନେଇ କୁହାଯାଉଥିଲେ ମଧ୍ୟ ଏଭଳି […]

You May Like
- 2 years ago
ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟି କେନ୍ଦ୍ରାପଡା
- 2 years ago
ଜବରଦଖଲ ଉଚ୍ଛେଦ ଭୟରେ ବ୍ୟବସାୟୀ ଭାଙ୍ଗିନେଲେ ଦୋକାନ ଘର
- 4 months ago
କାଠିଆଡାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପନ