ମାଇଁ ଏନ୍‌ସିସି ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୦ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ମାଇ ଏନ୍‌ସିସି ଆଲୁମିନି ଆସୋସିଏସନ’କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତଃଜିଲ୍ଲା ମେଗା ପ୍ରତିଯୋଗିତା ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଥିବା ମାଇଁ ଏନ୍‌ସିସି କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମେଗା ପ୍ରତିଯୋଗିତାରେ ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ମାସ ୩ ତାରିଖ ରବିବାର ଦିନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାକୁ ବର୍ତ୍ତମାନର ଏନ୍‌ସିସି ବାଳିକା ଏବଂ ବାଳକ ବିଭାଗ ସମେତ ପୂର୍ବତନ ସଦସ୍ୟ ଏବଂ ସଦସ୍ୟାମାନଙ୍କ ଦ୍ୱାରା ମିଳିତ ଭାବେ ସମ୍ପାଦନ କରାଯିବ ବୋଲି ସ୍ଥିର କରାଯାଇଛି । ପ୍ରତିଯୋଗିତାରେ ତୃତୀୟ ଶ୍ରେଣୀରୁ +୩ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିପାରିବେ । ଅନ୍‌ଲାଇନ ଲିଙ୍କ-ଏଚ୍‌ଟିଟିପିଏସ୍‌://ଏଫ୍‌ଓଆର୍‌ଏମ୍‌ଏସ୍‌.ଜିଏଲ୍‌ଇ/ବିୱାଇଏନ୍‌ୟୁଭିକ୍ୟୁଏମ୍ ୬୨ ଏନ୍ ଟି ୟୁ ୬ ଆର୍ ଏମ୍‌ଓ ୭ ମାଧ୍ୟମରେ ପ୍ରତିଯୋଗୀମାନେ ମଧ୍ୟ ଅଗ୍ରୀମ ପଞ୍ଜିକରଣ କରିପାରିବେ ନଚେତ୍ ପ୍ରତିଯୋଗିତା ଦିନ ମଧ୍ୟ ମହାବିଦ୍ୟାଳୟ ପରିସରରେ ପଞ୍ଜିକରଣ କରିପାରିବେ । ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ପାଇଁ ବିଷୟ ପୂର୍ବରୁ ଅନୁଷ୍ଠାନର ଫେସ୍‌ବୁକ୍ ପୃଷ୍ଠାରେ ପ୍ରକାଶିତ ହେବ । ଅଧିକ ବିବରଣୀ ସହିତ ନିୟମାବଳୀ ମଧ୍ୟ ଅନୁଷ୍ଠାନର ଫେସ୍‌ବୁକ୍ ପୃଷ୍ଠା ମାଇଁ ଏନ୍‌ସିସି ଆଲୁମିନି ଆସୋସିଏସନ୍‌ରେ ଉପଲବ୍ଧ କରାଯାଇଛି । ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ନଭେମ୍ବର ମାସ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଷ୍ଠାନର ବାର୍ଷର୍ିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପ୍ରମାନନ୍ଦ ଲେଙ୍କା, ଜ୍ୟୋତିରଞ୍ଜନ ପତି, ଶ୍ରୀକାନ୍ତ ପୋଥାଳ, ବିରେନ ସ୍ୱାଇଁ, ଅନୁପ କୁମାର ରାଉତ, ଜଗନ୍ନାଥ ସାହୁ, ସୌମ୍ୟାଶ୍ରୀ ଦାସ, ରେହାଜୁଦ୍ଦିନ୍ ଅହମ୍ମଦ, ପ୍ରଫୁଲ୍ଲ ଜେନା, ସୁଜିତ୍ ସେଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ମୋବାଇଲ ନମ୍ବର-୯୮୫୩୫୧୯୫୩୭ ଏବଂ ୯୪୩୭୧୧୯୯୭୧ ରେ ଯୋଗାଯୋଗ କରି ନାମ ପଞ୍ଜିକରଣ କରାଇ ନେବାକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading