ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚ ଗୁରୁ ପୂଜନ



କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡା ବଳଦେବ ହାଇସ୍କୁଲର ୧୯୭୭ମାଟ୍ରିକ ବ୍ୟାଚ ପକ୍ଷରୁ ଏକ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଙ୍ଗୁଳାଇସ୍ଥିତ ପିଏନଏସ ଯାନ୍ତ୍ରିକ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ଉତ୍ସବରେ ୪୭ବର୍ଷର ପୁରୁଣା ୩୨ଜଣ ବନ୍ଧୁ ଏକାଠି ହୋଇ ସେମାନଙ୍କର ସେହି ସ୍କୁଲ ବେଳର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ବିତି ଯାଇଥିବା ସମୟର ସ୍ରୋତ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ନିମଗ୍ନ ହୋଇଯାଇଥିଲେ। ଏହି ଅବସରରେ ଦିବଗଂତ ଶିକ୍ଷକ ଓ ବନ୍ଧୁମାନଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ଗୁରୁପୂଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଅଭୟ ଦାସ, ସୁଜିତ ମହାନ୍ତି, ଅଜୟ ବିଶ୍ୱାଳ ଓ ମନ୍ମଥ ରାଉତ ପ୍ରମୁଖ ପରିଚାଳନା କରିଥିବା ବେଳେ ସଂଗୀତା ଚାଟାର୍ଜୀ, ଉମେଶ ଧୀର, ଅମୀୟ ସାମଲ, ନାରାୟଣ ସାହୁ, ଅନନ୍ତ ମହାନ୍ତି, ଶ୍ରୀକାନ୍ତ ପ୍ରଧାନ, ମୃତ୍ୟୁଞ୍ଜୟ ପାଣି, ଜଗ ଦାସ, ଉମାକାନ୍ତ ବଳ, ସରୋଜ ଦାସ, କମଳାକାନ୍ତ କର, ନିମାଇଁ କର, ରାଜେନ୍ଦ୍ର ଲେଙ୍କା, ଚିତ୍ତ ମହାନ୍ତି, ଅଶୋକ ଷେଣ୍ଢ, ଗୁରୁଚରଣ ପଢିଆରୀ, ଗିରିଶ ଦାସ, ଭଞ୍ଜ ମହାନ୍ତି, ଅଶୋକ ମହାନ୍ତି, ଅଶୋକ ଦାସ, ବିବେକ ସାହାଣୀ, ରବି ସାହୁ, ବିଜୟ ନାୟକ, ବିନୋଦ ନାୟକ, ସନ୍ଧ୍ୟାରାଣୀ ପରିଡା ଓ ବିକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ

Mon Oct 21 , 2024
କେନ୍ଦ୍ରାପଡା,୨୧/୧୦: ଆଜି ଗରାପୁର ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୭ ତାରିଖରେ ୫ନଂ ଜୋନ୍‌ର ପଦଯାତ୍ରା ଧୂମାତ ଗାନ୍ଧୀପୀଠରୁ ଆରମ୍ଭ ହୋଇ ଇନ୍ଦୁପୁର ଗାନ୍ଧୀମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୭ନଂ ଜୋନ୍‌ର ଚୌଦକୁଲାଟ ଗାନ୍ଧୀମଣ୍ଡପଠାରୁ ଅରୁଆ ହାଇସ୍କୁଲ୍ ପର୍ଯ୍ୟନ୍ତ ଆସନ୍ତା ୨୮ତାରିଖରେ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି […]

KANIKA