ବାତ୍ୟା ଦାନା କାର୍ଯ୍ୟରତ ସମୟରେ ସର୍ପାଘାତରେ ଡାକ୍ତର ଆହତ



କେନ୍ଦ୍ରାପଡା,୨୫ା୧୦: ଗତ ଗୁରୁବାର ଦିନ ଦାନା ବାତ୍ୟା ସମୟରେ କାର୍ଯ୍ୟରତ ଥିବା ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ସାପ କାମୁଡିବାରୁ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ୪ନମ୍ବର ୟୁନିଟ୍ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ବବୁଲ ମହାନ୍ତି ବାତ୍ୟା ଦାନା ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଡେପୁଟେସନରେ ମହାକାଳପଡା ବାବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ବାତ୍ୟା ସମୟରେ ଚିକିତ୍ସା ପାଇଁ ଗ୍ରାମରେ ପାଣି ଭିତରେ ପଶି ଯାଉଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡିବାରୁ ଡାକ୍ତର ମହାନ୍ତି ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ୧୦ଟି ଆଣ୍ଟିଭେନସ(ଏଏସଭି) ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯିବାର ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସାଳୟର କାର୍ଯ୍ୟରତ ଅଧିକାରୀ(ସୁପରିଟେଣ୍ଡେଣ୍ଟ) ତଥା ଓମସାର ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading