କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଶ୍ରୀ ସୋରେନଙ୍କୁ ମାର୍ଶାଘାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ରାଜକନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନଡିଆବରେଇ ହାଇସ୍କୁଲର ଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ ଓ ଅଙ୍ଗନୱାଡି କର୍ମୀ ଅଞ୍ଜନା ପ୍ରଭା ଦାସଙ୍କୁ ବାତ୍ୟା ପରିଚାଳନା ଦାୟିତ୍ୱରେ ଅବହେଳା କରିଥିବାରୁ ଗରଦପୁର ବ୍ଲକ ଅଧିକାରୀ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି । ଗରଦପୁର ବ୍ଲକ ପରିଦର୍ଶକ ଦାୟିତ୍ୱରେ ଥିବା ଅଧିକାରୀ ଦାନା ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳ ନଡିଆବରେଇ ହାଇସ୍କୁଲରେ ଗତ ଗୁରୁବାର ଦିନ ୯ଟା ବେଳେ ପହଞ୍ôôଚଥିଲେ । ଏହି ଦୁଇଜଣ ଲୋକମାନଙ୍କୁ ଉଦ୍ଧାର କରି ଏହି ଅସ୍ଥାୟୀ ଶିବିରରେ ରଖିବାର ବ୍ୟବସ୍ଥା ଦାୟିତ୍ୱରେ ଥିଲେ । ତେଣୁ ବିଡିଓ ସେମାନଙ୍କୁ କାହିଁକି ଉପସ୍ଥିତ ନଥିଲେ ତାହାର କାରଣ ୨୪ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଜଣାଇବା ପାଇଁ ଗରଦପୁର ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ।