ବାତ୍ୟା ପରେ ରାସ୍ତା ସଫାକଲେ କେନ୍ଦ୍ରାପଡା ପୋଲିସ



କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା ଉପରେ ପଡିଥିବା ଗଛ କାଟି ରାସ୍ତା ସଫା କରିଥିଲେ। ଫଳରେ ବନ୍ଦ ହୋଇଯାଇଥିବା ରାସ୍ତା ଖୋଲିବା ସହିତ ରାସ୍ତାରେ ଲୋକମାନଙ୍କ ଗମନାଗମନ ସୁଗମ ହୋଇପାରିଛି। ଏନେଇ ଜନସାଧାରଣ କେନ୍ଦ୍ରାପଡା ପୋଲିସ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳକୁ କୃତଜ୍ଞତା ଜଣାଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading