ବାତ୍ୟା ଦାନା ଅଘଟଣ ଜଣେ ମୃତ



ପଟ୍ଟାମୁଣ୍ଡାଇ ୨୬/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାତ୍ୟା ‘ଦାନା’ ଅଘଟଣ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁର ଶରତ ମଲିକଙ୍କ ଘର ଉପରେ ଗୁରୁବାର ରାତିରେ ବାତ୍ୟା ସମୟରେ ଏକ ବିରାଟ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ଚିକିତ୍ସା ଧୀନ ଥିବା ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ମୃତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ଏହି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।


Discover more from

Subscribe now to keep reading and get access to the full archive.

Continue reading