ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ପକ୍ଷରୁ ବାତ୍ୟା ପିଡିତଙ୍କୁ ସହାୟତା


କେନ୍ଦ୍ରାପଡା,୨୭ା୧୦: ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆର ସାତଭାୟା ବିସ୍ଥାପିତ ଅଞ୍ଚଳରେ ବାତ୍ୟା ‘ଦାନା’ ପ୍ରପିଡିତ ଏକ ହଜାର ପରିବାରଙ୍କୁ ଗତ ୨୬ ତାରିଖରେ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଅଗ୍ରୀମ ଜିଲ୍ଲା ପ୍ରବନ୍ଧକ ମନୋଜ ପ୍ରଧାନି, ପ୍ରବନ୍ଧକ(ଅର୍ଥ) ବିଧୂଭୂଷଣ ରାଉତ, ପ୍ରବନ୍ଧକ (ମାନବ ସମ୍ବଳ) ସୁକାନ୍ତ କୁମାର ସାହୁ ଏବଂ ବରିଷ୍ଠ ସହାୟକ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ରିଲିଫ୍ କାର୍ଯ୍ୟ ସମ୍ପାଦନାରେ ସ୍ଥାନୀୟ ତହସିଲଦାର ଅଜୟ କୁମାର ମହାନ୍ତି ଏବଂ ରାଜନଗର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ ।


Next Post

ମନ୍ତ୍ରୀ ଓ ସାଂସଦ ପର୍ଯ୍ୟଟକଙ୍କ ଭଳି ଆସି ବୁଲି ଚାଲିଗଲେ : ବାତ୍ୟା ଦାନା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ସାମ୍ବାଦିକ ସମ୍ମିଳନୀ

Mon Oct 28 , 2024
କେନ୍ଦ୍ରାପଡା,୨୭ା୧୦- ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ରାଜନଗର ବ୍ଲକ ସାନବଡଗୋପାଳପୁର ପଚାଂୟତ ତ୍ରିନାଥ ବଜାର ପୂର୍ତ ବିଭାଗ ବଙ୍ଗଳା ପରିସରରେ ଅନୁଷ୍ଠିତ ସାମ୍ବାଦିକ […]

You May Like