ଡେରାବିଶ ବ୍ଲକରେ ମିଳିତ ଜନଶୁଣାଣି ଶିବିର


କେନ୍ଦ୍ରାପଡ଼ା, ୨୮ା୧୦: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୫୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ଥିଲା। ବିଶେଷକରି ରାସନ କାର୍ଡ, ଇନ୍ଦିରା ଆବାସ, ଗାଈ ଗୁହାଳ ଓ ନାଗରିକତ୍ୱକୁ ନେଇ ବ୍ୟକ୍ତିଗତ ଅଭିଯୋଗ ଗୁଡିକ ଆସିଥିବା ବେଳେ ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ କୁଶିଆପାଳ ପଞ୍ଚାୟତ ୧୩ନମ୍ବର ୱାର୍ଡରେ ବାତ୍ୟା ଦାନା ସମୟରେ ଅସୁବିଧା ଓ ବର୍ଷା ଜଳ ନିଷ୍କାସନ ସମସ୍ୟାକୁ ନେଇ ଅଭିଯୋଗ ଆସିଥିଲା। ଏହି ଜନଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିୟା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଡେପୁଟି କଲେକଟର, ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି,ଏବିଡ଼ିଓ ଅନିରୁଦ୍ଧ ବେହେରା, ବ୍ଲକ ଅଧ୍ୟକ୍ଷା କଳ୍ପନା ମଳିକ, ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।


Next Post

ସିମ୍ଫୋନି ପକ୍ଷରୁ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ

Mon Oct 28 , 2024
କେନ୍ଦ୍ରାପଡା ୨୮/୧୦- ପୁନର୍ବାସ ପରିସରରେ ବିବିଧ କଳାର ସମ୍ବିଳିତ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ତ୍ରିଦିବସୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ବୈଠକରେ ଅଭିଜ୍ଞ ବିଶାରଦ ଭାବେ ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭକାନ୍ତ ପାଢୀ, ଆକାଶବାଣୀର ବେତାର ନାଟ୍ୟ ଶିଳ୍ପୀ ସମୀର ମିଶ୍ର, […]

KANIKA