କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ମହିଳା ସମିତି ଆନୁକୂଲ୍ୟରେ ୨୫ବର୍ଷ ତଳେ ହୋଇଥିବା ମହାବାତ୍ୟାର ଭୟବହତାକୁ ମନେପକାଇ ପରିବେଶ ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପଞ୍ଚାୟତ ମହାସଙ୍ଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଡ. ଦିଲ୍ଲିପ କୁମାର ମିଶ୍ର, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଓ ସୀତାକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଗତ ମହାବାତ୍ୟାର ଭୟାବହତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହିତ ବୃକ୍ଷରୋପଣ ପାଇଁ ପରାମର୍ଶ ଦେଇଥିଲେ। ସସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ ସହ ସଭାର ଆଭିମୁଖ୍ୟ ଜ୍ଞାପନ କରିଥିଲେ।ଶେଷରେ ସମାଜସେବୀ ହରେକୃଷ୍ଣ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ସେଠାରୁ ବାହାରି ଗ୍ରାମ ପରିକ୍ରମା କରି ପରିବେଶ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିବା ସହ ସ୍ଥାନୀୟ ଠାକୁରାଣୀଙ୍କ ପୀଠରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା।
kanikanews.in
Next Post
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା
Tue Oct 29 , 2024
କେନ୍ଦ୍ରାପଡ଼ା,୨୯ା୧୦: ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଏକ ପଦଯାତ୍ରା ଓ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ଥିବାବେଳେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ […]

You May Like
- 7 months ago
ଟ୍ରଷ୍ଟ ପକ୍ଷରୁ ଏଲ. ଏନ. ବିଦ୍ୟାପୀଠରେ ମେଧାବୃତ୍ତି ପ୍ରଦାନ
- 2 years ago
ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଉଦଯାପିତ
- 11 months ago
ପଟ୍ଟାମୁଣ୍ଡାଇରେ କୌଶଳ ରଥ ପରିକ୍ରମା
- 7 months ago
ପାଠକଟିଏ ଲେଖକର ଅମ୍ଳଜାନ ସଦୃଶ୍ୟ