ଜିଲ୍ଲା ସ୍କାଉଟ ଓ ଗାଇଡ ସଂଗଠନ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ



କେନ୍ଦ୍ରାପଡ଼ା,୨୯ା୧୦: ବାତ୍ୟା “ଦାନା’ ପ୍ରଭାବରେ ସାରା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଥିଲା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନ ବଗପାଟିଆ, ସାତଭାୟା ଅଂଚଳ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ସେହି ପ୍ରଭାବିତ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇପଡ଼ିଥିବା ବେଳେ ସ୍କାଉଟ ଗାଇଡ଼ ରାଜ୍ୟ ମୁଖ୍ୟ ଆୟୁକ୍ତ ଡକ୍ଟର କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ସଂଗଠନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଆୟୁକ୍ତ ପ୍ରଦୀପ କୁମାର ନାଗ୍‌ଙ୍କ ମାର୍ଗଦର୍ଶନରେ,ଜିଲ୍ଲା ସ୍କାଉଟ ଗାଇଡର ସମ୍ପାଦିକା ସ୍ମିତାପ୍ରତିଭା ସାହୁ ଓ ସ୍କାଉଟ କମିଶନର ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ସ୍ୱେଚ୍ଛାସେବୀ ଦଳ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଗୁରତ୍ତର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତି ପରିବାରକୁ ଫିନାଇଲ, ଡେଟଲ, ସାବୁନ, ମଶାଧୂପ, ମହମବତୀ, ଦିଆସିଲି ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ସେବାକାର୍ଯ୍ୟରେ ସଂଗଠନ କମିଶନର ଦେବରାଜ ନାୟକଙ୍କ ସମେତ ଜିଲ୍ଲା ଟ୍ରେନିଂ କମିଶନର ସରୋଜକାନ୍ତ ବିଶ୍ୱାଳ, ଗୋଲେଖ ବିହାରୀ ଭୂୟାଁ, ଚନ୍ଦନଚର୍ଚ୍ଚିତ ମହାପାତ୍ର, ଜ୍ୟୋତିର୍ମୟ ନାୟକ, ଶଶାଙ୍କ ଶେଖର, ଶକ୍ତିରଞ୍ଜନ ପ୍ରଧାନ, ରାଜକିଶୋର ନାୟକ, ଗୌରବ କୁମାର ବେହୁରା ପ୍ରମୁଖ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading