ବ୍ରାହ୍ମଣୀ କଲେଜରେ ସପ୍ତାହବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ


 

ପଟ୍ଟାମୁଣ୍ଡାଇ ୨୯/୧୦-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜାତୀୟ ସେବା ସଂସ୍ଥା ଏନଏସଏସ ପକ୍ଷରୁ ଗତ ୧୭ ତାରିଖରୁ ୨୨ତାରିଖ ସପ୍ତାହ ବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । କଲେଜ ଏନ ଏସ ଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ ସାମଲ, ଅଧ୍ୟାପକ ସତ୍ୟଜିତ ବେହେରା, ଅଧ୍ୟାପକ ମନୋରଞ୍ଜନ ସାହୁଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଛାତ୍ରଛାତ୍ରୀ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ୭୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବରେ ଜିଲ୍ଲା ଜାତୀୟ ସେବା ସଂସ୍ଥା ଅଧିକାରିଣୀ ପଦ୍ମଜା କବି ଶତପଥୀ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଏନ ଏସ ଏସର ୫୦ ରୁ ଉର୍ଦ୍ଧ ସ୍ୱେଛାସେବୀ ଯୋଗ ଦେଇଥିଲେ । ମୁଖ୍ୟଅତିଥି, କଲେଜ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥି କୃତୀ ଏନ ଏସ ଏସ ସ୍ୱେଛାସେବୀଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading