ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମିନି ମାରାଥନ


କେନ୍ଦ୍ରାପଡ଼ା, ୨୯ା୧୦: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ମିନି ମାରାଥନ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପନ ହୋଇଥିଲା । ଏହି ମିନି ମାରାଥନକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଲାକନାଥ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମିନି ମାରାଥନରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ କ୍ରୀଡା ସଂଗଠନର ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଥିସହିତ ଜିଲ୍ଲା ଜରୁରୀକାଳୀନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।


Next Post

ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ , ମରିବା ପୂର୍ବରୁ ଥର ଥର କଣ୍ଠରେ ସାନ ଭାଇକୁ ପଚାରିଲେ, ବାବୁରେ ମୋତେ କି ବିଷ ଦେଇଛୁ କହ?

Tue Oct 29 , 2024
ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ। ବିଷ ପିଇ ଯନ୍ତ୍ରଣାରେ ଜର୍ଜରିତ ହୋଇ ଡାକ୍ତରଖାନାରେ ମଧ୍ୟ ବଡ଼ ଭାଇ ସାନଭାଇକୁ ଖୋଜୁଥିଲା । ଯେତେବେଳେ ଆଖି ଆଗରେ ସାନ ଭାଇକୁ ପାଇଲେନି ସେତେବେଳ ଫୋନ କରିଥିଲେ। ମରିବା ପୂର୍ବରୁ ଥର ଥର କଣ୍ଠରେ ସାନ ଭାଇକୁ ପଚାରିଲେ, ବାବୁରେ ମୋତେ କି ବିଷ ଦେଇଛୁ କହ? ଏପରି ଛାତିଥର ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ଶାଳପଡା ଗୁଣ୍ଡିଚା […]

KANIKA

Subscribe