ମୋ ଭାରତ ଓ ଦୀପାବଳୀ ଉତ୍ସବ ପାଳନ



କେନ୍ଦ୍ରାପଡ଼ା,୩୦ା୧୦: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମୋ ଯୁବ ଭାରତର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଆଲୋକର ପର୍ବ ଦୀପାବଳୀକୁ ନିଆରାଢଙ୍ଗରେ ପାଳନ କରାଯାଇଛି। ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ସ୍ୱେଛାସେବୀମାନଙ୍କ ଦ୍ୱାରା ଏହା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଓ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର ଢଙ୍ଗରେ ଅନୁଷ୍ଠିତ ହୋଇ ସ୍ୱଛତାର ବାର୍ତ୍ତା ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ୱେଛାସେବୀମାନେ କେନ୍ଦ୍ରାପଡା ସହରର ତିନିମୁହାଣୀ ଟ୍ରାଫିକ ଛକ, ରାମ ମନ୍ଦିର, ଅଗଷ୍ଟକ୍ରାନ୍ତୀ ସହୀଦ ସ୍ମୃତିସ୍ତମ୍ବ ସମେତ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ୱଛତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ର ଉଦଘାଟନ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading