ବାଣ ନଫୁଟାଇ ରାସ୍ତା ମରାମତି କଲେ , ହାଟପାଟଣା ଗ୍ରାମବାସୀଙ୍କ ନିଆରା ଦୀପାବଳି



ପଟ୍ଟାମୁଣ୍ଡାଇ ୧/୧୧ -ପଟ୍ଟାମୁଣ୍ଡାଇ ନିକଟସ୍ଥ ହାଟପାଟଣା ଗ୍ରାମବାସୀ ପବିତ୍ର ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ପ୍ରଦୂଷଣ ରୋକିବା ସହିତ ସମାଜକୁ ଭିନ୍ନ ବାର୍ତା ଦେବା ପାଇଁ ହାଟପାଟଣା ଗ୍ରାମବାସୀ ଆଜି ନିଆରା ପ୍ରୟାସ କରିଥିଲେ । ଦୀପାବଳିରେ ବାଣ ନଫୁଟାଇ ସେଇ ଅର୍ଥରେ ଗୋଡି ସିମେଂଟ କିଣି ଗ୍ରାମବାସୀ ନିଜ ଗାଁ ରାସ୍ତା ମରାମତି କରିବା ପାଇଁ ଏକାଠି ହୋଇଥିଲେ । ସମସ୍ତଙ୍କ ଶ୍ରମ ଦାନରେ ଗାଁ ରାସ୍ତା ମରାମତି ହୋଇପାରିଛି । ଦୀପାବଳିରେ ଏଭଳି ନିଆରା ପ୍ରୟାସ ଓ ଅନନ୍ୟ ଉଦାହରଣ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗାଁ ରାସ୍ତା ମରାମତି ପାଇଁ ସରକାର ଓ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ସତ୍ୱେ ଗାଁ ରାସ୍ତା ମରାମତି ନହୋଇ ପାରିବାରୁ ଗ୍ରାମବାସୀ ଏକ ହୋଇ ଏଭଳି ଅଭିନ୍ୱ ପ୍ରୟାସ କରିଛନ୍ତି ।


Next Post

ସାହିତ୍ୟ ପତ୍ରିକା "ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

Fri Nov 1 , 2024
କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ମୁଖପତ୍ର ସାହିତ୍ୟ ପତ୍ରିକା “ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଗୋପଛକସ୍ଥିତ କମଳ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ମଧୁଧାରାର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ କଥାକାର ଡ. ରାମଚନ୍ଦ୍ର ବେହେରା “ମଧୁଧାରା’ର ଉନ୍ମୋଚନ କରି ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ବିକାଶ କ୍ଷେତ୍ରରେ କେନ୍ଦ୍ରାପଡ଼ାର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିବା ସହିତ ଉନ୍ମୋଚିତ ପତ୍ରିକାର ବିଶେଷତ୍ୱ […]

You May Like