ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା ଉଦଘାଟିତ



କେନ୍ଦ୍ରାପଡ଼ା,୨ା୧୧: ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ଶନିବାର ତୁଳସୀ ମହିଳା ମହାବିଦୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ଦିନିଆ ଚେସ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ,ଅଧ୍ୟାପକ ମଥୁରୀ ନାୟକ, ସମାଜସେବୀ ଭକ୍ତ ଚରଣ ମଲ୍ଲ ଓ ଅନ୍ତର୍ଜାତିକ ଆରବିଟର ତଥା କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନର ସମ୍ପାଦକ ଭବେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାକୁ ଜିଲ୍ଲା ଚେସ ଆସୋସିଏସନର କୋଷାଧ୍ୟକ୍ଷ ପିଙ୍କି ମହାପାତ୍ର ଓ ସନ୍ତୋଷ ମହାପାତ୍ର ସୁଚାରୁରୂପେ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ହାଡିବନ୍ଧୁ ସିଂ, ଧରଣୀଧର ସେଠୀ, ହିମାଂଶୁ ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ଲଲାଟେନ୍ଦୁ ସାମଲ, ନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ। ଆଜିର ପ୍ରତିଯୋଗିତାରେ ଶହେ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading