ଆବାସ ବଂଟନ ହୋଇଛି , ବାତ୍ୟା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ହଜାର ଲୋକ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞିଲେ



ପଟ୍ଟାମୁଣ୍ଡାଇ ୨୯/୧୦ – ବାତ୍ୟା ଆସିଲେ ଉପକୂଳ ଓଡିଶାବାସୀଙ୍କ ଛାତି ଥରିଉଠେ । କାହାକୁ ବାସହରା କରିଦିଏ ତ କାହାର ଜୀବିକା ଉଜାଡିଦିଏ । ଆଉ ବିପର୍ଯ୍ୟୟ ଯିବା ପରେ ପ୍ରଭାବିତଙ୍କୁ ସରକାର ଘର ଦେବାକୁ ଘୋଷଣା କରନ୍ତି । ଦୀର୍ଘ ବର୍ଷ ହେବ ଏଭଳି ଚାଲି ଆସୁଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ବାତ୍ୟା ବେଳେ ସେମାନେ ବାରଓଳି ଶୃଣ୍ଢିପିଣ୍ଡା ହୋଇ ଆଶ୍ରୟ ସ୍ଥଳରେ ଆଶ୍ରା ନେଉଛନ୍ତି । ମାତ୍ର ଏପର୍ଯ୍ୟନ୍ତ ସରକାରଙ୍କ ଆବାସ ବଂଟନ ଲକ୍ଷ୍ୟ ପୂରଣ ହୋଇନାହଁ । ଯାହାର ଗୁମର ଖୋଲିଛି ବାତ୍ୟା ଦାନା । ଦାନାର ପବନ ଓ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ଶହ ଶହ ପରିବାର ବାସହୀନ ହେବା ସହିତ କେତେ ଜଣଙ୍କ ଜୀବନ ହାନି ମଧ୍ୟ ଘଟଛି । ଯାହାର ଉଦାହରଣ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁର ଶରତ ମଲିକଙ୍କ କଚାଘର ଘର ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଯାହାକୁନେଇ ଜନସାଧାରଣଙ୍କ ମଧ୍ୟରେ ମତ ପ୍ରକାଶ ପାଇଛିା
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ଗତ ଗୁରୁବାର ରାତିରେ ବାତ୍ୟା ଦାନା ଆସିବା ପୂର୍ବରୁ ପ୍ରଶାସନ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ ଯିବାକୁ କହିଥିଲେ । ଲୋକେ ଘର ଛାଡି ଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଥିବା ବେଳେ ଅନେକ ନିଜ ଘରଛାଡି ଯିବାକୁ ପସନ୍ଦ କରିନଥିଲେ । ପଟାମୁଣ୍ଡାଇ ବ୍ଲକ ଅଂଚଳରୁ ପ୍ରାୟ ୧୪ ହଜାର କଚାଘରେ ବସବାସ କରୁଥିବା ଲୋକ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିଲେ । ଫଳରେ କେତେକ କଚାଘର ଭାଙ୍ଗି ବହୁ ପରିବାର ବାସହରା ହେବା ସହିତ ଆହତ ମଧ୍ୟ ହୋଇଛନ୍ତି । ରାଜ୍ୟ ସରକାର କଚା ଘରେ ରହୁଥିବା ଲୋକଙ୍କୁ ପକ୍କା ଘର ଦେବାକୁ କହୁଛନ୍ତି । ସରକାରୀ ସ୍ତରରେ ଘର ବଂଟାଯାଉଛି । ମାତ୍ର ଉପଯୁକ୍ତ ହିତାଧିକାରିଙ୍କୁ ଘର ମିଳୁନଥିବା ବେଳେ ଘର କାହାକୁ ମିଳୁଛି ବୋଲି ପ୍ରଶ୍ନ ଉଠୁଛି । ଏବେ ବି ଅନେକ ହିତାଧିକାରୀଙ୍କୁ ଆବାସଘର ମିଳିନାହିଁ । ବର୍ଷ ପରେ ବର୍ଷ ବିତିଗଲେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ଗତ ଶନିବାର ମନ୍ତ୍ରୀ କହିଛନ୍ତି, ୨୦ ଲକ୍ଷ ଲୋକଙ୍କୁ ଘର ଯୋଗାଇଦିଆଯିବ । ହେଲେ ତାହା ହିତାଧିକାରୀଙ୍କ ପାଖରେ ପହଁଚିବ ନା ତାହା ବାଟମାରାଣା ହେବ ତାହା ସମୟ ସାପେକ୍ଷ ବୋଲି ସେ କହିଥିଲେ ।
ବୁଦ୍ଧିଜିବୀ ଭିମସେନ ପରିଡା କୁହନ୍ତି ସାମୁଦ୍ରୀକ ଝଡ ଦାନା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରୁ ପ୍ରାୟ ୧୪ ଲକ୍ଷ ଲୋକ ନିଜ ଭିଟାମାଟି ଛାଡି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିଲେ । ଆଉ ବାତ୍ୟା ଛାଡିବା ପରେ ଏବେ ଘର ଭାଂଗି ଯାଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ସାହାରା ଖୋଜୁଛନ୍ତି। ଏହାରି ଭିତରେ ପ୍ରଭାବିତଙ୍କୁ ଆଶ୍ୱାସନା ଦେଇଛନ୍ତି ସରକାର। କ୍ଷତିଗ୍ରସ୍ତଙ୍କୁ ଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ପ୍ରତ୍ୟକ ବାତ୍ୟା ପରେ ଗରିବଙ୍କୁ ସରକାର ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ, ବନ୍ୟା, ବାତ୍ୟା ଆସିଲେ ଅସଲ ଚିତ୍ର ସାମନାକୁ ଆସେ। ଆଉ ଘର ଯୋଗାଇ ଦେବା କେମିତି ପ୍ରହସନରେ ପରିଣତ ହୁଏ ତାହା ଧରାପଡିଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗରିବଟିଏ ଆବାସ ପଇଁ ଆବେଦନ କରନ୍ତି । ମାତ୍ର ସରାକାରୀ ବାବୁଙ୍କ ଚରମ ଅବହେଳା ପାଇଁ ଏମାନେ ଘର ପାଉନାହାଁନ୍ତି । କିଏ ପିଲର କରିଛି ତ କାହାର ଅଧାକାନ୍ଥ ଉଠିରହିଥିବା ବେଳେ ଭଙ୍ଗାଦଦରା ଘରେ ଜୀବନ କାଟୁଛନ୍ତି ବୋଲି ସେ କହିଛନ୍ତି ।
ଶିକ୍ଷାବିତ ପ୍ରେମାନନ୍ଦ ପଣ୍ଡା କୁହନ୍ତି ୧୯୯୯ ମହାବାତ୍ୟାକୁ ଆଜି ୨୫ ପୁରିଲା । ମାତ୍ର ସେବେଠାରୁ ଏଭଳି ଚିତ୍ର ଲଗାତାର ଭାବେ ସାମନାକୁ ଆସୁଛି। ସବୁଥର ପ୍ରଭାବିତଙ୍କୁ ଘର ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର କେତେକ ସ୍ଥାନୀୟ ଲୋକପ୍ରତିନିଧି ଓ ଅଧିକାରୀମାନଙ୍କ ମନମାନୀ ପାଇଁ ଟାର୍ଗେଟ ଏବେ ବି ଅପଂହଚ ହୋଇ ରହିଛି । ୨୪ ବର୍ଷ ଧରି ବିଜେଡି ସରକାର ରହିଥିଲେ ବି ଗରିବଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ମିଳିନି ।ଏ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳିଥିଲେ ବାତ୍ୟାବେଳେ ଏମାନେ ଏମିତି ଦୁର୍ଦ୍ଦଶାର ସାମ୍ନା କରୁନଥାନ୍ତେ ବୋଲି ସେ କହିଛନ୍ତି । ଏନେଇ ବିଡିଓ ଶୁଭ୍ରାଶୁଂ ସାହୁଙ୍କୁ ପଚାରୀବାରେ ପଟ୍ଟାମୁଣ୍ଡାଇ ବ୍ଲକରେ ପାଖାପଖି ୧୪ ହଜାର ଲୋକ ୧୦ଟି ସ୍ଥାୟୀ ଓ ୩୪ ଟି ଅସ୍ଥାଇ ଆଶ୍ରୟ ସ୍ଥଳରେ ରହିଥିଲେ । ସରକାରୀ ଟାଗ୍ରେଟ ଅନୁଯାଇ ଘର ଯୋଗାଇ ଦିଆଯାଉଛି ।


Next Post

ବାଇକକୁ ଧକ୍କା ଦେଲା ଅଟୋ , ଜଣେ ମୃତ

Sun Nov 3 , 2024
ପଟ୍ଟାମୁଣ୍ଡାଇ ୩/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଖାରୁଣୀ ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଖାରୁଣୀ ଗ୍ରାମର ଗଣେଶ ଜେନା (୫୪)। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଅଟୋଟି ଧକ୍କା ଦେବା ପରେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। […]

KANIKA