ପଟ୍ଟାମୁଣ୍ଡାଇ ବିଜେଡି ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ, ସଂଗଠନ ମଜବୁତ ପାଇଁ ସଭ୍ୟ ସଂଗ୍ରହ ଜୋରଦାର କର


ପଟ୍ଟାମୁଣ୍ଡାଇ ୩/୧୧- ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ତଥା ଓଡ଼ିଆଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ବିଜୁ ଜନତା ଦଳ ସଂଗଠନକୁ ଅଧିଜ ଶାଣିତ ଓ ସଶକ୍ତ କରିବା ପାଇଁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରି ଦଳର ସଂଗଠନକୁ ମଜଭୁତ କରିବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ସ୍ୱାର୍ଥ ସ୍ୱାଭିମାନ ଓ ଅସ୍ମିତା ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ବିଧାୟକ ଧ୍ରୁବ ସାହୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ସର୍ବେଶ୍ୱର ମହାନ୍ତି, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂ, ବରିଷ୍ଠ ନେତା ନିମାଇ କର ,ଗଙ୍ଗାରାମପୁର ସରପଂଚ, ସମିତି ସଭ୍ୟ, ଶାସନ ସରପଂଚ ସଂଗ୍ରାମ ବାରିକ,ସମିତି ସଭ୍ୟ ଡଲି ପରିଡା,ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ଖଣତା ସରପଂଚ ଅନିଲ ଲେଙ୍କା, ସମିତିସଭ୍ୟ ସୁରେଶ ଜେନା, ଚନ୍ଦନନଗର ସରପଂଚ ବନୋଜ ସେଠୀ, ସମିତିସଭ୍ୟ ମାନସ ମଲିକ, ଦିହୁଡିପୁର ସରପଂଚ ନରେଶ ମଲିକ,କଖାରୁଣୀ ସରପଂଚ ରମେଶ ମଲ୍ଲିକ, ସାନଜରିଆ ସମିତି ସଭ୍ୟ ସୁବାଷ ବାରିକ, ଶ୍ରୀରାମପୁର ସରପଂଚ ପ୍ରତିନିଧି ପ୍ରତାପ ସେଠୀ , ବଡମୋହନପୁର ସରପଂଚ ପ୍ରତିନିଧି ରାମ ଚନ୍ଦ୍ର ରାଉତ,ଦୋଷିଆ ସରପଂଚ ପ୍ରତିନିଧି ଗୌରାଙ୍ଗ ରାଉତ ପୂର୍ବତନ ସରପଂଚ ଅଶୋକ ପରିଡା ,ପ୍ରଭାତ ପ୍ରଧାନ ସୁବାଷ ଖଟୁଆ, ବିଜୟ ରାଉତ,ମିନତୀ ପାତ୍ର ଟୂବୁଲି ଚୌଧୁରୀ,ପୂର୍ଣ୍ଣ ଚନ୍ଦ୍ର ସିଂହ, ଯୁବନେତା ସଂଗ୍ରାମ ସ୍ୱାଇଁ,ସୂର୍ଯ୍ୟକାନ୍ତ ରାଉତ,ଶଶୀକାନ୍ତ ପଣ୍ଡା, ସୁଶାନ୍ତ ସାମନ୍ତରାୟ,ସରୋଜ ଧଳ, ପ୍ରେମାନନ୍ଦ ସେଠୀ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା, ଜିଲ୍ଲା ପରିଷଦ, ସରପଂଚ ସମିତି ସଭ୍ୟ ଓ ବହୁ ସଂଖ୍ୟକ ବିଜେଡି କର୍ମୀ ଯୋଗ ଦେଇଥିଲେ ।


Next Post

ଜିଲ୍ଲା ଶିକ୍ଷା ଅମଲା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ      

Sun Nov 3 , 2024
କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏହିସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୮ତାରିଖରେ କେନ୍ଦ୍ରାପଡାର ଜିଲ୍ଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ […]

KANIKA