ବିଦ୍ୟାଳୟ ଖେଳ ପଡିଆରେ ପଡିଛି ଅଳିଆ ଆବର୍ଜନା



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ନିକଟ ଏମଏନ ହାଇସ୍କୁଲ ପଡିଆରେ ଗତ ସପ୍ତାହରେ ଦିପାବଳି ପାଇଁ ଭଳିକି ଭଳି ବାଣ ଦୋକାନ ପଡିଥିଲା । ସେଠାରେ ବାଣ କିଣିବା ପାଇଁ ଲୋକଙ୍କ ଗହଳି ମଧ୍ୟ ଲାଗିଥିଲା । ଦିପାବଳୀ ସରିଲା ଦୋକାନ ଉଠିଗଲା ହେଲେ ସେଠାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିଛି । ଜରି, ଛିଡା କାଗଜ, ଚିରା କପଡା, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ପଡିଆ ସାରା ବିଛାଡି ହୋଇ ପଡିଛି । ଯାହା ପରିବେଶକୁ ପ୍ରଦୂଷିତ କରୁଛି । ଅଳିଆ ସଫେଇ ପାଇଁ ପୌରପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ସହରବାସୀ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।
ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ଉପ ସଭାପତି ଇତିଶ୍ରୀ ଦାଶ, ସଭ୍ୟ ଦେବାଶିଷ ପ୍ରଧାନ, ମହେଶ୍ୱର ସାମଲ ରାଜେନ୍ଦ୍ର ଦାଶ ପ୍ରମୁଖ କୁହିଛନ୍ତି ପଟ୍ଟାମୁଣ୍ଡାଇ ସହର ନିକଟସ୍ଥ ଏମଏନ ହାଇସ୍କୁଲ ପଡିଆଠାରେ ପ୍ରଶାସାନ ସିକୃତୀରେ ଗତ ସପ୍ତାହରେ ବାଣ ଦୋକାନ ଖୋଲିଥିଲା । ଗତ ଶୁକ୍ରବାର ରାତିରେ ବାଣ ଦୋକାନ ଉଠିଗଲା । କିନ୍ତୁ ପଡ଼ିଆ ସଫା କରାଯିବା କଥା ହେେଲେ ସଫାନହୋଇ ସେଠାରେ କୁଢ କୁଢ ବାର୍ଜ୍ୟବସ୍ତୁ ପଡିରହିଛି । ବିଭିନ୍ନ କିସମର ପଲିଥିନ ସମେତ ବିଭିନ୍ନ ବର୍ଜ୍ୟ ସାମଗ୍ରୀ ପଡିରହିଛି। ପଡିଆ ସଫେଇ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ବିଭିନ୍ନ ଭେରାଇଟ ବାଣଦୋକାନ ଖୋଲିଥିବା ଦୋକାନୀମାନେ ବହୁଳ ଭାବରେ ପଲିଥିନ, ବାରୁଦ ଥର୍ମକୁଲ, ଅଦରକାରୀବାଣ ସମେତ ଅନ୍ୟାନ୍ୟ ଅଳିଆ ଇତ୍ୟାଦି ଏହି ପଡିଆରେ ବିକ୍ଷିପ୍ତ ଭାବରେ ପକାଇଥିଲେ। ଫଳରେ ଏହି ଜରି ଏବଂ ଅନ୍ୟାନ୍ୟ ଅଳିଆ ପବନରେ ଉଡି ପରିବେଶ ଖରାପ କରିବା ସହ ନିକଟରେ ଥିବା ସ୍କୁଲ ଭିତରକୁ ପଡୁଛି। କେତେକ ଗାଇଗୋରୁ ଏହି ପଡିଆରେ ଚରୁଥିବାର ଦେଖିବାକୁ ମିଳିଥିବା ବେଳେ ବାରୁଦ ମିଶା ଘାସ ଖାଇ ରୋଗର ଶିକାର ହୋଇପାରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପଡିଆ ସଫା ଦିଗରେ ପୌରପ୍ରଶାସନ ଉଦ୍ୟମ କରିବାକୁ ଦାବି କରିଛନ୍ତି। ବିଗତ ଦିନରେ ଏହି ବିଦ୍ୟାଳୟର ଖେଳ ପଡିଆରେ ପଡିଆରେ ବିଭିନ୍ନ ସଭାସମିତି ସମେତ ଏକାଧିକ କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ବ୍ୟବହାରକରାଯାଇଥାଏ ।ମାତ୍ର ସଭାସମିତି ସରିବା ପରେ ଏହିପରି ଭାବରେ ଅଳିଆ ଅବର୍ଜନା ପଡିଆରେ ଗଦାହୋଇ ରହିଥାଏ। ଅନେକଥର ପରିଚାଳନା କମିଟି ସଦସ୍ୟ ଓ କେତେକ ସେଛାସେବୀ ଅନୁଷ୍ଠାନ କର୍ମକର୍ତା ମାନେ ମଶି ପଡିଆରୁ ଅଳିଆ ସଫା କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନର ଏପରି କାର୍ଯ୍ୟକୁ ଜନସାଧାରଣ ଓ ସ୍କୁଲ ପରିଚାଳଣା କମିଟି ଦୃଢ ନିନ୍ଦା କରିବା ସହିତ ସ୍କୁଲ ଛାତ୍ରୀଛାତ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ବିଦ୍ୟାଳୟ ଖେଳ ପଡିଆରେ ଏପରି କୌଣସି ଅନୁମତି ନଦେବାକୁ ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading