ଧୋୟାଂଚଳରେ ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକ


ପଟ୍ଟାମୁଣ୍ଡାଇ ୭/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ୧୫ନଂ ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପେଣ୍ଠପାଳ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ଆଗାମୀ ୧୦ ତାରିଖରେ ଜୋନ ସ୍ତରୀୟ ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ, ବରିଷ୍ଠ ନେତା ଧନେଶ୍ୱର ପ୍ରଧାନ, ରବୀନ୍ଦ୍ର ପରିଡା, କୈଳାଶ ଚନ୍ଦ୍ର ସେଠୀ, ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ବିଶ୍ୱାଳ, ନିରଞ୍ଜନ ବାରିକ, ହେମନ୍ତ ବିଶ୍ୱାଳ,ସରୋଜ ସ୍ୱାଇଁ, କେଦାରନାଥ ବିଶ୍ୱାଳ, ସୁକାନ୍ତ ରାଉତ, ଚନ୍ଦନ ସାହୁ, ହିମାଂଶୁ ବିଶ୍ୱାଳ, ଅଭିଷେକ ବିଶ୍ୱାଳ ପ୍ରମୁଖ ଶତାଧିକ କର୍ମୀ ଯୋଗ ଆଲୋଚନାରେ ଭାଗ ନେବା ସହିତ ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ନିବେଦନ କରିଥିଲେ। ଏଥିରେ ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗାଁ, ନୀଳକଣ୍ଠପୁର, ବାଲିପାଟଣା ପଂଚାୟତର ବହୁ ସଂଖ୍ୟକ କର୍ମୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading