ରେଡିଓ ଭାବଗ୍ରାହୀରେ ଲୋକ ସେବା ପ୍ରସାରଣ ଦିବସ



କେନ୍ଦ୍ରାପଡା, ୧୨ା୧୧: ପୂର୍ବାହ୍ନରେ ବାରୁଅସ୍ଥିତ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ରର ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓ ପରିସରରେ ଜାତୀୟ ଲୋକ ସେବା ପ୍ରସାରଣ ଦିବସ ଯଥାବିଧି ପାଳିତ ହୋଇଯାଇଛି । ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କେନ୍ଦ୍ର ନିର୍ଦ୍ଦେଶକ ଇଂ ବିଶ୍ୱଜିତ୍ ପରିଡା, କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ସୁଶ୍ରୀ ସଂଗୀତା ଜେନା, ପ୍ରସାରଣ ସହାୟକ ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକ ସେବା ପ୍ରସାରଣ ଦିବସର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଆରମ୍ଭରେ ବିଶିଷ୍ଟ କଣ୍ଠ ଶିଳ୍ପୀ ନିରୁପମା ଜେନା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ନବ ଜନୋତ ପରିବେଷଣ କରିଥିଲେ । ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଦେଶ ଜାତିର ପ୍ରଗତିରେ ଆକାଶ ବାଣୀର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସୂଚନା, ଶିକ୍ଷା ଏବଂ ମନୋରଂଜନର ପ୍ରମୁଖ ମାଧ୍ୟମ ଆକାଶବାଣୀ ବହୁ ଜନ ହୀତାୟ ବହୁ ଜନ ସୁଖାୟ ଉକ୍ତିକୁ କିପରି ସାକାର କରି ଆସୁଛି ସେ ସଂପର୍କରେ ଶ୍ରୀ ପରିଡା ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ଅବସରରେ ଅକ୍ଷୟ ମହାନ୍ତି, ଭୀକାରି ବଳ, କବି ଭାବଗ୍ରାହୀ ପରିଡା ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟ ଶିଳ୍ପୀ ସ୍ମୃତିରେଖା ବିଶ୍ୱାଳ, ରୂପାଲି ସୂତାର, ରାଜଲକ୍ଷ୍ମୀ ପରିଡା, ନିବେଦିତା ନାୟକ ଏବଂ କୁସୁମ ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading