ପାଣ୍ଡିରି ଗ୍ରାମରେ ଭାଗବତ ସପ୍ତାହ ଅନୁଷ୍ଠିତ



କେନ୍ଦ୍ରାପଡା ୧୨/୧୧ – କେନ୍ଦ୍ରାପଡା ବ୍ଲକ୍ ଜମଧର ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରି ଗ୍ରାମର ଗ୍ରାମଦେବତୀ ମା କଳାବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ସପ୍ତଦିନ ବ୍ୟାପୀ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରୁ ଶାଳଗ୍ରାମଙ୍କୁ ଆବାହନ କରି ସ୍ଥାପନ କରାଯିବା ପରେ ଭାଗବତ ପାଠ ଆରମ୍ଭ ହୋଇଥିଲା । ଏହି ଅବସରରେ ଦୈନିକ ନାନାପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ ନିଗମ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ଉତ୍ସବରେ ପ୍ରଫୁଲ୍ଲ ବିଶ୍ୱାଳ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଗାଁ କମିଟି ସଭାପତି ମନୋଜ ମହାନ୍ତି ଓ ସମ୍ପାଦକ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ନେତୃତ୍ତ୍ୱରେ ଅୟୋଜିତ ସପ୍ତ ଦିନ ବ୍ୟାପୀ ଭାଗବତ ପାଠ ଉତ୍ସବକୁ ଭାସ୍କର ବିଶ୍ୱାଳ, ରାଜକିଶୋର ବିଶ୍ୱାଳ, ପ୍ରାଣକୃଷ୍ଣ ସ୍ୱାଇଁ, ଜଗନ୍ନାଥ ମହାନ୍ତି, ବିଷ୍ନୁପଦ ମହାନ୍ତି, ବୈଲୋଚନ ବିଶ୍ୱାଳ, ତ୍ରିଲୋଚନ ବିଶ୍ୱାଳ, ହୃଷୀକେଶ ବିଶ୍ୱାଳ, କାହ୍ନୁଚରଣ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରତି ସନ୍ଧ୍‌ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗ୍ରାମବାସୀ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading