
କେନ୍ଦ୍ରାପଡା ୧୨/୧୧- ଶ୍ରୀରାମଚରିତ ମାନସର ବିଶିଷ୍ଟ କଥା ପ୍ରବଚକ, ସଂସ୍କୃତ ବିଦ୍ୱାନ ଓ ‘ମନୁର୍ଭବ’ର ସମ୍ପାଦକ ପଣ୍ଡିତ ହୃଷିକେଶ ରଥଙ୍କ ୭୨ତମ ସ୍ୱନକ୍ଷତ୍ର ୟସଭଗ୍ଦ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବନ୍ଧୁମିଳନ ସଭାରେ ବିଶିଷ୍ଟ ପ୍ରାବନ୍ଧିକ ଡ଼ ସର୍ବେଶ୍ୱର ସେଣ ଅଧ୍ୟକ୍ଷତା କରିଥିବାବେଳେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ ଅରୁନ୍ଧତୀ ଦେବୀ, ମହନ୍ତ ବିପିନ ଦାସ ମହାରାଜ, ସ୍ୱାମୀ କମଳରୂପାନନ୍ଦ ସରସ୍ୱତୀ, ମାତା ଜ୍ୟୋତିର୍ମୟୀ ସରସ୍ୱତୀ, ବାବାଜୀ ହୃଷିକେଶ ଦାସ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ସଦାନନ୍ଦ ଦୀକ୍ଷିତ, ବରିଷ୍ଠ ସାମ୍ବାଦିକ ପ୍ରକାଶ ନନ୍ଦ, ଦେବେନ୍ଦ୍ର ସୁଆର, ଭାଜପା ନେତା ଭୁବନମୋହନ ଜେନା, କିଶୋର ଚନ୍ଦ୍ର ପଣ୍ଡା, ଦୁର୍ଯ୍ୟୋଧନ ସାହୁ, କବି ସତ୍ୟାନନ୍ଦ ଦାସ, ପ୍ରାକ୍ତନ ଡିଏସପି ରାଜକିଶୋର ସ୍ୱାଇଁ, ଡ଼ ତପନ ଦତ୍ତ, ଡା. ନିରଞ୍ଜନ ଦ୍ୱିବେଦୀ, ଶରତ କୁମାର ରାଉତ, ବ୍ରଜସୁନ୍ଦର ନାୟକ,ପ୍ରଶାନ୍ତ ଶତପଥି ପ୍ରମୁଖ ପଣ୍ଡିତ ରଥଙ୍କର ବହୁମୁଖୀ କୃତି ଓ କିର୍ତ୍ତୀ ତଥା ସମାଜ ସଂସାର ପ୍ରଚେଷ୍ଟା ଆଗାମୀ ପିଢ଼ି ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଇଂ ଅକ୍ଷୟ କୁମାର ପାଣି ସଂଯୋଜନା କରିଥିବାବେଳେ ଦିଲ୍ଲୀରୁ ପ୍ରକାଶିତ ଉଦୟ ଇଣ୍ଡିଆ ପତ୍ରିକାର ସମ୍ପାଦକ ଦୀପକ ରଥ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଣ୍ଡିତ ରବିରଞ୍ଜନ ତ୍ରିପାଠୀ ବେଦପାଠ କରିଥିଲେ। ୧୯୭୫ମସିହା ଜରୁରୀକାଳୀନ ସ୍ଥିତିରେ ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ କରାଯାଇଥିବାବେଳେ ଏହାକୁ ତୀବ୍ର ବିରୋଧକରି କାରାବରଣ କରିଥିବା ଲୋକତନ୍ତ୍ର ସେନାନୀ ହରିଶ୍ଚନ୍ଦ୍ର ଜେନା, ରବିନାରାୟଣ ପତି, ଶ୍ରୀଧର ଦାସ, ନାରାୟଣ ପୃଷ୍ଟି, ଦେବୀପ୍ରସନ୍ନ ନାୟକ, ଉମାକାନ୍ତ ଦାସ, ବ୍ରଜକିଶୋର ଓଝା ଓ ଡମ୍ବରୁଧର ଘଡେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ, ପଣ୍ଡିତ ରଥ ମଧ୍ୟ ସେ ସମୟରେ ଗିରଫ ହୋଇ ଜେଲ ଯାଇଥିଲେ। ଜୟନ୍ତୀ ସମାରୋହରେ ଅନ୍ୟାନ୍ୟ ବହୁବିଶିଷ୍ଟ ବ୍ୟକ୍ତି, ଶୁଭେଛୁ ଓ ଶ୍ରୀ ରଥଙ୍କ ପୁରାତନ ବିଦ୍ୟାର୍ଥୀ ଶୁଭକାମନା ଜଣାଇଥିଲେ। ସୁନାମଧନ୍ୟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଶ୍ରୀଚରଣ ଓ ସାଥୀଙ୍କ କଣ୍ଠରେ ଭଜନପରିବେଷଣ ସମୟରେ ବେଶ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଦୀନେଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉପାଲି ଅପରାଜିତା ରଥ,ସ୍ୱର୍ଣ୍ଣପ୍ରଭା ରଥ,ମାନସ ରଥ,ବୈଜୟନ୍ତୀ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।










