ବିଜେଡିର ପ୍ରତ୍ୟେକ ସ୍ପନ୍ଦନ କେନ୍ଦ୍ରାପଡା ପାଇଁ ,ବିଜେଡିର ଜନସମ୍ପର୍କ ପଦଯାତ୍ରା-୨୦୨୪



କେନ୍ଦ୍ରାପଡା,୧୨ା୧୧: ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଚଉଦକୁଲାଟ ଗାନ୍ଧୀପୀଠଠାରେ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଏକମାତ୍ର ଲକ୍ଷ୍ୟ ହେଉଛି ଜନସ୍ୱାର୍ଥର ସୁରକ୍ଷା । ଜନସମସ୍ୟା ସହ ପରିଚିତ ହେବା ଓ ତାହାର ସମାଧାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ବିଜେଡି ସଂକଳ୍ପ କରିିଛି । କେନ୍ଦ୍ରାପଡା ତଥା ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରାପଡାର ପ୍ରତିନିଧି ଭାବେ ମୁଁ ନିରନ୍ତର ଭାବେ ବିଧାନସଭାରେ ସ୍ୱର ଉଠାଇବାକୁ ପଣ କରିଛି । ଶ୍ରୀ ବେହେରା କହିଲେ ଯେ, କେନ୍ଦ୍ରାପଡାର ସ୍ୱାର୍ଥ ଯେଉଁଠି ବିଜେଡି ସେଇଠି, ନବୀନ ବାବୁ ସେଇଠି ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ସମିତି ଅଧ୍ୟକ୍ଷ ଦୂର୍ଗାଶୀଷ ମହାନ୍ତି, ଶିବ ପ୍ରସାଦ ଭଳ ଓ କଳାକାର ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, କେଶପୁର ସରପଞ୍ଚ ପ୍ରମୋଦ ମଳିକ, ପଳସିଂହା ସରପଞ୍ଚ ଦେବେନ୍ଦ୍ର ପରିଡା, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଳିକ, ଗାଙ୍ଗପଡା ସରପଞ୍ଚ ଅସିନୀ ପାତ୍ର, ସାନମାଣତିଆ ସରପଞ୍ଚ ବିଭୁତି ମଳିକ, ଘାଗରା ସରପଞ୍ଚ ଅଜିତ ପରିଡା, ଛାରିଗାଁ ସରପଞ୍ଚ ଭାରତୀ ମଳିକ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ ସୂତାର, ନିକିରାଇ ସରପଞ୍ଚ ପ୍ରଭାତ ଉଡାଣସିଂ, କୁତରଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ଜେନା, କୋର ସରପଞ୍ଚ ରଞ୍ଜିତ ଜେନା, ସମିତି ସଭ୍ୟ/ସଭ୍ୟା ବାସନ୍ତୀ ବେହେରା, ବିଷ୍ଣୁପ୍ରିୟା ମାନସିଂହ, କୁମୁଦିନୀ ପରିଡା, ଅର୍ଜୁନ ପଲେଇ, ଅଭିରାମ ସେଠୀ, କୁଞ୍ଜ ବିହାରୀ ସ୍ୱାଇଁ, ମମତା ରାଉତ, ସୁନନ୍ଦା ମଳିକ, ପ୍ରଫୁଲ୍ଲ ମଳିକ, ମିନତୀ ଦାସ, ସତ୍ୟପ୍ରିୟ ସାହୁ, ଚନ୍ଦ୍ରମଣି ବେହେରା, ମାହିନୀ ଆଚାର୍ଯ୍ୟ, ଅଶୋକ ବରାଳ, ସୁଦାମ ମଳିକ, ସଙ୍ଗମ କେଶରୀ ସାମଲ, ପ୍ରକାଶ ସାହୁ, ପ୍ରଶାନ୍ତ ବିଶ୍ୱାଳ, ନାରାୟଣ ପରିଡା, ରାଜନ ଥାଟୋଇ, ଶରତ ସାମଲ, ଦୟାନିଧି ପରିଡା, ରୁଦ୍ରପ୍ରତାପ ଦାସ, ମିର୍ଜା ମନାନ ବେଗ୍‌, ରାମଚନ୍ଦ୍ର ଓଝା, ବାସୁଦେବ ଜେନା, କିରଣ ସାହୁ, ବାଇଧର ପାତ୍ର, ହରେକୃଷ୍ଣ ବେହେରା, ବିନ ବେଉରା, ରତିକାନ୍ତ ସାମଲ, ସମ୍ବିତ ଶ୍ରୀଚନ୍ଦନ, ଚିତ୍ରସେନ ପରିଡା, ଅଦୈତ ବଲ୍ଲଭ ଜେନା, ବିଜନ ମଲ୍ଲିକ, ସେକ ନପୋ, ରଞ୍ଜିତ ରାଉତ ପ୍ରଭୃତି ଶତାଧିକ କର୍ମୀ ଉକ୍ତ ଜନସମ୍ପର୍କ ପଦଯାତ୍ରାରେ ଭାଗ ନେଇଥିଲେ ।


Next Post

ତୃତୀୟ ବାର୍ଷିକ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ପୌରାଣିକ ନାମକରଣ, ମଧୁଦୈତ୍ୟ ପୋଡି ଏବଂ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା

Wed Nov 13 , 2024
କେନ୍ଦ୍ରାପଡ଼ା,୧୨ା୧୧: ସ୍ୱର୍ଗତ ସତିଶ ଚନ୍ଦ୍ର ମହାନ୍ତି ନାତି ଆଇନଜୀବୀ ଏବଂ ନୋଟାରୀ ନେପାଳ ପ୍ରସାଦ ସାମନ୍ତଙ୍କ ନେତୃତ୍ୱରେ ତୃତୀୟ ବର୍ଷ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ସହିତ ପୌରାଣିକ ନାମକରଣ, କନ୍ଦରାସୁରର ଜେଜେବାପା ମଧୁଦୈତ୍ୟ ପୋଡି ଓ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା ଚକ୍ର ମଙ୍ଗଳବାର ଦିନ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସ୍ୱର୍ଗତ ସତିଶ ଚନ୍ଦ୍ର ସାମନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ […]

KANIKA