ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତକେଶ୍ୱର



କେନ୍ଦ୍ରାପଡ଼ା, ୧୩ା୧୧ : ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତିର୍ିକ ମାସରେ କାର୍ତ୍ତକେଶ୍ୱର। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ୱାଉପଡା ଗ୍ରାମ ରେ କାର୍ତ୍ତିକେଶ୍ୱର ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ପାଞ୍ଚଦିନ ଧରି ପ୍ରସାଦ ସେବନ କରାଯାଏ। ବିଗତ ୫୧ବର୍ଷ ଧରି ଏହି ପୂଜା ହୋଇଆସୁଅଛି। ଗ୍ରାମର ସମସ୍ତ ଲୋକେ ପାଞ୍ଚଦିନ ଧରି କାର୍ତ୍ତିକେଶ୍ୱର ବ୍ରତ ପାଳନ କରିଥାନ୍ତି। ଆଖ ପାଖ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ସହଯୋଗରେ ଏହି ପୂଜା ପାଳନ ହୋଇ ଆସୁଅଛି। ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ ସହ ଯାତ୍ରାପାଟିମାନେ ଯାତ୍ରା ପରିବେଷଣ କରିଥାନ୍ତି। ଏଥିସହ ବିଭିନ୍ନ ଦୋକାନ ବଜାର ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳୁଛି। ଏହି କାର୍ତ୍ତିକେଶ୍ୱର ପୂଜା ପାଞ୍ଚଦିନ ଧରି ପାଳନ ହେବ ବୋଲି ଶ୍ରୀ ଶ୍ରୀ ବଟ ମହାପୁରୁଷ କାର୍ତ୍ତିକେଶୂର ପୂଜା କମିଟି ସଭାପତି ଆଦିତ୍ୟ ପ୍ରଧାନ, ୱାଉପଡା ଗ୍ରାମ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ରଶ୍ମିରଞ୍ଜନ ପ୍ରଧାନ, ଗୁଣମଣୀ ପ୍ରଧାନ, ସରୋଜ କୁମାର ଦାସ, ଶ୍ରୀକାନ୍ତ ପ୍ରଧାନଙ୍କ ସମେତ ଗ୍ରାମର ଅନେକ ମୁରବି ମାନେ ଉପସ୍ଥିତ ରହି ଏହି ପୂଜାକୁ ଶାନ୍ତି ଶୁଙ୍ଖଳା ସହ ପାଳନ କରିଥାନ୍ତି ।


Discover more from

Subscribe now to keep reading and get access to the full archive.

Continue reading