ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ


ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ଆଉ ୧ଘଣ୍ଟା ପାଇଁ ଅକ୍ସିଜେନ ବାକି ରହିଛି। କାନାଡାର କୋଷ୍ଟଗାର୍ଡ ଲଗାତାର ଏହି ବୁଡାଜାହାଜର ସନ୍ଧାନ ପାଇଁ ଚେଷ୍ଟା ଚଳାଇଛି। ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି କାନାଡାର କୋଷ୍ଟ ଗାର୍ଡ ବାହନ ସମୁଦ୍ର ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଆଶା କରାଯାଉଛି କି ଏମାନଙ୍କୁ ଉଦ୍ଧାର କରାଯାଇପାରେ।

ଆଟଲାଣ୍ଟିକ୍ ମହାସାଗରରେ ପ୍ରାୟ ୧୨,୫୦୦ ଫୁଟ ଗଭୀରରେ ଅବସ୍ଥିତ ଟାଇଟାନିକ୍ ରେକ୍ ସାଇଟକୁ ଯାତ୍ରା ଆରମ୍ଭ କରିଥିବା ସବମେରାଇନ୍ ଟାଇଟାନ୍ ଚାରି ଦିନିଆ ଜରୁରୀକାଳୀନ ଅମ୍ଳଜାନ ସହାୟତା ସହିତ ଏହି ବୁଡ଼ାଜାହାଜ ଯାତ୍ରା ଆରମ୍ଭ କରିଥିଲା ।


Discover more from

Subscribe now to keep reading and get access to the full archive.

Continue reading