ପଟ୍ଟାମୁଣ୍ଡାଇରେ ଗୀତା ଜ୍ଞାନ ଯଜ୍ଞ



ପଟ୍ଟାମୁଣ୍ଡାଇ ୧୭/୧୧ କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଓ ବଣିକ ସଂଘ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ୩ଦିନ ବ୍ୟାପି ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଗୀତାର ୪ର୍ଥ ଅଧ୍ୟାୟ ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ତାତ୍ୱିକ ଆଲୋଚନା କରିବା ସହିତ ସମବେତ ଭକ୍ତ ମାନଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । ୩ଦିନ ବ୍ୟାପି ଆୟୋଜିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର,ଉପସଭାପତି ମୋହନ ଦାସ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରାଣୀ ଭୂୟାଁ,ପ୍ରଜ୍ଞାନ ମିଶନ କର୍ମକର୍ତା ସ୍ୱାମୀ ଅନିର୍ବାଣାନନ୍ଦ, ସ୍ୱାମୀ ସୁଗିତାନନ୍ଦ ସ୍ୱାମୀ ବ୍ରହ୍ମାନାନନ୍ଦ,ସ୍ୱାମୀ ବିଜ୍ଞାନାନନ୍ଦ, ସ୍ୱାମୀ ଜ୍ୟୋତିମୟାନନ୍ଦ,ସ୍ୱାମୀ ଶାରଦାନନ୍ଦ, ସ୍ୱାମୀ ଗିରିଜାନନ୍ଦ, ଧନେଶ୍ୱର ଦାସ, ପାବନୀ ରାଉତ, ବ୍ରଜ କିଶୋର ପଣ୍ଡା, ଚନ୍ଦ୍ରାବତୀ ସ୍ୱାଇଁ,ଅଭିମନ୍ୟୁ ପଢିଆରୀ, ଦୁଷ୍ମନ୍ତ ସାହୁ ଓ ଅନାଦି ନନ୍ଦୀ ପ୍ରମୁଖ ବହୁ ସାଧୁ ସନ୍ଥ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବତ ଆଶୀର୍ବାଦ ଲାଭ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading