ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର



କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ପରିସରରେ ଜଣେ ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମହିଳାଙ୍କ ଡାକ୍ତରୀମାଇନା କରାଯିବା ପାଇଁ ତାଙ୍କୁ ଡାକ୍ତରଖାନା ପଠାଯାଇଛି। ଏଥିସହିତ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ। ହେଲେ ଏବେ ସେ ସ୍ୱାମୀ ପରିତ୍ୟକ୍ତା। ତାଙ୍କୁ ବଳାତ୍କାର କରିଥିବା ଯୁବକ ଜଣକ ସେହି ବସଷ୍ଟାଣ୍ଡରେ ସୁପରଭାଇଜର ଭାବେ କାର୍ଯ୍ୟ କରୁ ଥିବାରୁ ମହିଳାଙ୍କ ସହ ସମ୍ପର୍କ ବଢିଥିଲା । ଥାନାଧିକାରୀ ଧୀରଜ ଲେଙ୍କା କହିଛନ୍ତି ମହିଳାଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ମହିଳା ଜଣକ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ଘଟଣା ସମ୍ପର୍କରେ ସ୍ୱୀକାର କରିଥିଲେ। ବସଷ୍ଟାଣ୍ଡ ପରିସରରେ ଏକ ଘରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ବଳାତ୍କାର କରିଥିବା ସ୍ୱୀକାର କରିଛି। ଫଳରେ ମହିଳାଙ୍କ ଡାକ୍ତର ମାଇନା କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଥାନାଧିକାରୀ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading