୫ଦିନ ରେ ତୁଟିଲା ବିବାଦ: ଅନଶନରୁ ଓହରିଲେ ସରପଂଚ ସମିତି ସଂଘ

୫ଦିନ ରେ ତୁଟିଲା ବିବାଦ: ଅନଶନରୁ ଓହରିଲେ ସରପଂଚ ସମିତି ସଂଘ

 

ପଟ୍ଟାମୁଣ୍ଡାଇ ୧୭/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ନେଇ ସରପଂଚ ଓ ସମିତି ସଭ୍ୟ ସଂଘ ଚଳାଇଥିବା ଆମରଣ ଅନଶନ ରବିବାର ୫ ଦିନରେ ଓହରିଯାଇଛନ୍ତି। ଆଜି ସଂନ୍ଧ୍ୟାରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଁଚି ସରପଂଚ ସମିତିସଭ୍ୟ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିବା ପରେ ଅନଶନ ଶେଷ ହୋଇଛି। ବ୍ଲକ କର୍ମକ୍ଷେତ୍ରରେ ଉତମ ପରିବେଶ ସହିତ ଗଣ୍ଡଗୋଳକାରୀଙ୍କ ବିରୋଧରେ ହୋଇଥିବା ଆଲୋଚନା ଅନୁଯାୟୀ ସମସ୍ତ ଘଟଣା ଉପରେ ନିଜେ ବିଚାର କରିବା ଲାଗି ପ୍ରତିଶ୍ରୁତି ପରେ ଗତ ୫ ତାରିଖ ଠାରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖାଦେଇଥିବା ଅଚଳାବସ୍ଥା ର ପୂର୍ଣ୍ଣଛେଦ ପଡିଛି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଗତ ୫ ତାରିଖରେ ତାଙ୍କ ଅଫିସରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ବଡ଼ପଡା ପଂଚାୟତ ମୂଳଗାଇ ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ତାଙ୍କ ସହେଯାଗୀଙ୍କ ସହିତ ବିଡ଼ିଓ ଅଫିସ ମଧ୍ୟରେ ପ୍ରବେଶ କରି କେତେକ ପ୍ରଶ୍ନ ପଚାରିବା ଆଳରେ ବିଡ଼ିଓଙ୍କୁ ଅଶାଳିନ ବ୍ୟବହାର କରିବା ସହିତ ଚେୟାର ଉଠାଇ ବାଡେଇବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ସାହୁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶ ନଂ ୩୨୭/୨୪ ରେ ଏକ ମାମଲା ରୁଜୁ କରିଥିଲେ ।ମାତ୍ର ଆସାମିକୁ ଗିରଫ କରିବା ବିଳମ୍ବ ହେବାରୁ ଏହାର ପ୍ରତିବାଦ ଗତ ୬ ତାରିଖରେ ବ୍ଲକ କର୍ମଚାରୀମାନେ କଲମ କଲମଛାଡ଼ ଆନ୍ଦୋଳନ କରିଥିଲେ । ଗତ ୭ରେ ପଟ୍ଟାମୁଣ୍ଡାଇ ବ୍ଲକ ସରପଂଚ ଓ ସମିତି ସଭ୍ୟ ସଂଘ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କୁ ଭେଟି ଅଭିଯୁକ୍ତ ଗିରଫ ଦାବିରେ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ୮ ତାରିଖରେ ଥାନାରେ ଧାରଣା ମଧ୍ୟ ଦେଇଥିଲୋ ମାତ୍ର ଏଥିରେ ପ୍ରଶାସନ ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ଗତ ୫ ଦିନ ହେବ ସରପଂଚ ଓ ସମିତି ସଭ୍ୟ ସଂଘଙ୍କ ପକ୍ଷରୁ ଆମରଣ ଅନଶନ ଜାରିରହିଥିବା ବେଳେ ଶନିବାର ବିଜେଡି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା । ଫଳରେ ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ ହୋଇପଡିଥବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗ କରୁଥିଲେ । ପରିସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବା ବେଳେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏହାକୁ ଦୃଷ୍ଟିରେ ରଖି ଛୁଟିରେ ଯାଇଥିବା ଏସପି କାମରେ ଯୋଗଦେବାପରେ ରବିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନାରେ ପଂହଁଚି ଥିଲେ । ସେଠାରେ ଅନଶନରତ ସରପଂଚ ଓ ସମିତି ସଭ୍ୟ ସଂଘର ଏକ ପ୍ରତିତ୍ନଧି ଦଳ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ସରପଂଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ । ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଗଣ୍ଡଗଳୋକରୀଙ୍କୁ ଜମୀନ ଦେବା ଘଟଣା ଭିତିହିନ କହିବା ସହିତ ତାଙ୍କୁ ଆଇନ ଅନୁଯାଇ ନୋଟିସରେ ଛଡାଯାଇଛି । ଥାନାର କାଇଦା କାନୁନ ମାନୀ ଗଣ୍ଡୋଗଳକାରୀ ସପ୍ତାହରେ ଥରେ ଥାନାରେ ହାଜିର ହବା ପାଇଁ କୁହାଯାଇଛିା ଅନ୍ୟ ପକ୍ଷରେ ବ୍ଲକରେ ଆଇନଶୁଙ୍ଖଳା ପରିସ୍ଥିତି ସୁଧାର ଓ ଉତମ ପରିବେଶ ପାଇଁ ୨ ଜଣ ପୋଲିସ କର୍ମାଚାରୀ ମୁତୟନ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ସହ ସମୁଦାୟ ମାମଲାକୁ ନିଜେ ଅନୁଧ୍ୟାନ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ଅନଶନ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବାଟ ଫିଟିଥିଲା । ଶେଷରେ ଏସ ପି କଟାରିଆ ନିଜେ ବ୍ଲକ ଅଫିସ ଅନଶନସ୍ଥଳକୁ ଯାଇ ଅନଶନକାରୀଙ୍କୁ ଫଳ ରସ ଓ ଓଆରଏସ ପିଆଇ ଅନଶନରୁ ଉଠାଇବା ପରେ ଦୀର୍ଘ ୫ଦିନ ଧରି ଚାଲିଥିବା ଅନଶନ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା