ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ଏକଦିବସୀୟ ଧାରଣା

AKHILA BHARAT GRAMINA DAKA SEBAKNKA EKADIBASIYA DHARANA - 1-min

କେନ୍ଦ୍ରାପଡ଼ା,୧୦ା୮ : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଙ୍ଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଙ୍ଘର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ମଣ୍ଡଳ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ପକ୍ଷରୁ ୯ଦଫା ଦାବିରେ ସଙ୍ଘର ସମ୍ପାଦକ ବିଜୟ କିଶୋର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ସଭାପତି ନରେନ୍ଦ୍ର କିଶୋର ତ୍ରିପାଠୀ, ଉପସଭାପତି ଶରତ ଚନ୍ଦ୍ର ହାତୀ, କୋଷାଧ୍ୟକ୍ଷ ଭଞ୍ଜକିଶୋର ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ପ୍ରଭାକର ପ୍ରଧାନ, ଗଗନବିହାରୀ ସୂତାର, ଜଗତଜୀବନ ଜେନା, ବିଜ୍ଞାନରଞ୍ଜନ ଦାସ, ସଚିଦାନନ୍ଦ ବିଶ୍ୱାଳ, ଶରତ ଚନ୍ଦ୍ର ସାହୁ, ସୁଦିପ୍ତ ଦାସ, ସଂଗ୍ରାମକେଶରୀ ମୁଦୁଲି, ବିଶ୍ୱ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଧାରଣା ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ଦିନକୁ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସମସ୍ତ ସୁବିଧା ସୁଯୋଗ ସହ ପେନସନ ପ୍ରଦାନ, କମଳେଶ ଚନ୍ଦ୍ରା କମିଟିର ସମସ୍ତ ସୁପାରିଶକୁ ଗ୍ରହଣ କରାଯିବା, ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରୁପ ଇନସୁରାନ୍ସ ପ୍ରଦାନ, ଗ୍ରାମୀଣ ଡାକସେବକଙ୍କୁ ୫ଲକ୍ଷ ଟଙ୍କାର ଗ୍ରାଚୁଇଟି ପ୍ରଦାନ, ୧୮୦ଦିନର ସବୈତନିକ ଛୁଟି ପ୍ରଦାନ, ଗ୍ରାମୀଣ ଡାକସେବକ ଓ ତାଙ୍କ ପରିବାରଜନଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇଦେବା ପ୍ରଭୃତି ଦାବି ଗୁଡିକ ରହିଛି ।