ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର ସଚେତନତା ରଥ



କେନ୍ଦ୍ରାପଡ଼ା,୧୮ା୧୧: ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର, ସଚେତନତା ରଥ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଇନ ପ୍ରଣୟତା ଡ: ବି ଆର ଆମ୍ବେଦକରଙ୍କୁ ସମ୍ମାନର ସହିତ ରଥ ବନ୍ଦାପନା କରିବାର ଦେଖିବାକୁ ମିଳିଛି । ମୂଳ ନିବାସୀ ୟନାଇଟେଡ଼ ଫୋରମ ସଂଗଠନ ତରଫରୁ ସୁପ୍ରଭା ମଲ୍ଲିକଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳ ହୋଇଛି । ମୂଳନୀବାସୀ ୟନାଇଟେଡ଼ ଫୋରମର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ସୁପ୍ରଭା ମଲ୍ଲିକ, ଟିଟୁ ମଲ୍ଲିକ, ସୁରେଶ ମଲ୍ଲିକ, ଧନେଶ୍ୱର ମଲ୍ଲିକ, ନକୁଳ ମଲ୍ଲିକ, ସୁବଳ ମଲ୍ଲିକ, ମାନସ ମଲ୍ଲିକ, ଦିଲିପି ମଲ୍ଲିକ, ସନ୍ତୋଷ ସେଠୀ, ବିଦ୍ୟାଧର ସେଠୀ, ଭଞ୍ଜ ଜେନା ପ୍ରମୁଖ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ସହର, ମାର୍ଶାଘାଇ, ମହାକାଳପଡା, ପଟ୍ଟାମୁଣ୍ଡାଇ, ପାଟକୁରା, ଡେରାବିଶ ଅଞ୍ଚଳରେ ପରିକ୍ରମା କରିଥିଲା । ନନ୍ତାର, ତେରଗଁ, ପରେଶ୍ୱରପୁର ସମେତ ଜିଲ୍ଲାବ୍ୟାପୀ ସମ୍ବର୍ଦ୍ଧନା ଦିଆଯିବା ସହ ସମ୍ବିଧାନର ସଚେତନତା କରି ସୁରକ୍ଷା ପାଇଁ ୨୬ ନଭେମ୍ବରରେ ଭବନେଶ୍ୱର ପିଏମ୍‌ଜି ଛକରେ ହୀରକ ଜୟନ୍ତୀ ବିଶାଳ ସମାବେଶ ସଫଳ କରିବାକୁ ନିବେଦନ କରିଥିଲେ ।


Next Post

କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ ପାଇବେ "ସରସ୍ୱତୀ ଦେବୀ ସ୍ମାରକୀ ଜୟ ରାଷ୍ଟ୍ର କବିତା ସମ୍ମାନ’

Mon Nov 18 , 2024
କେନ୍ଦ୍ରାପଡା, ୧୮ା୧୧: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଗୋପ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବେ । ବକ୍ତାଭାବେ ବିଶିଷ୍ଟ କବି […]

KANIKA