କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ ପାଇବେ “ସରସ୍ୱତୀ ଦେବୀ ସ୍ମାରକୀ ଜୟ ରାଷ୍ଟ୍ର କବିତା ସମ୍ମାନ’


କେନ୍ଦ୍ରାପଡା, ୧୮ା୧୧: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଗୋପ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବେ । ବକ୍ତାଭାବେ ବିଶିଷ୍ଟ କବି ସୁରେଶ ନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ଜଣ କବି ଯୋଗଦେଇ ସ୍ୱରଚିତ ରାଷ୍ଟ୍ରବାଦୀ କବିତା ପାଠ କରିବେ । ତେବେ ଚଳିତ ବର୍ଷ ବିଶିଷ୍ଟ କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ “ସରସ୍ୱତୀ ଦେବୀ ସ୍ମାରକୀ ଜୟରାଷ୍ଟ୍ର କବିତା ସମ୍ମାନ’ ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ମାନ ସ୍ୱରୂପ ଅଙ୍ଗବସ୍ତ୍ର, ତାମ୍ର ଫଳକ ଓ ନଗଦ ଅର୍ଥରାଶି ପ୍ରଦାନ କରାଯିବ । ଉତ୍ସବରେ ନିମନ୍ତ୍ରିତ କବିମାନଙ୍କୁ “ମମତା ସିହ୍ନା ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ । କବି ନବଜ୍ୟୋତି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୃନ୍ଦାବନ ଦାସ, ବାବା ଗୁରୁକୃଷ୍ଣ ଦାସ, ବିଦୁଲତା ପତି, ବିରେନ୍ଦ୍ର ଦାସ, ସୁଶାନ୍ତ ନାୟକ, ରଶ୍ମିରଞ୍ଜନ ସ୍ୱାଇଁ, ବିକାଶ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ, ପଙ୍କଜ ସିହ୍ନା ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ ।


Discover more from

Subscribe now to keep reading and get access to the full archive.

Continue reading